ଭୁବନେଶ୍ୱର,୧୨/୦୨/୨୦୨୫:
ଓଡିଶା ଆଇଟିଆଇ ଷ୍ଟାଫ୍ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ସେମିନାରରେ ମାନ୍ୟବର ମନ୍ତ୍ରୀ ବୈଶୟିକ ଶିକ୍ଷା ଓ ତାଲିମ ବିଭାଗର ଯୋଗ ଦେଇ ଉତ୍ସବ କୁ ଉଦଘାଟନ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ମାନ୍ୟବର ଭଟଲି ବିଧାୟକ ଶ୍ରୀ ଇରାସିସ୍ ଆଚାର୍ଯ୍ୟ, ସଂଗଠନର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନ , ସଂଗଠନର ସଭାପତି କାନ୍ତି ରଞ୍ଜନ ସାହୁ ଓ ସମ୍ପାଦକ ବିଜୟ ମଲ୍ଲ ଯୋଗ ଦେଇ ଆଇଟିଆଇର ଅବଦାନ ସମ୍ପର୍କରେ ଆଲୋକ ପାତ କରିଥିଲେ ବିକଶିତ ଓଡିଶା ଗଠନରେ ଆଇଟିଆଇର ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ପରିକଳ୍ପନାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ କରି ଆମ ସରକାର ମାନ୍ୟବର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଇଟିଆଇ ସ୍ତରରୁ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ ପ୍ରାଧାନ୍ୟ ଦେବା ସହ ସେମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଆଇଟିଆଇ ଶିକ୍ଷା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରୁଛୁ ।’ଇଣ୍ଡଷ୍ଟ୍ରି ୪.୦’ ଯୁଗର ଆହ୍ୱାନ ଓ ଆବଶ୍ୟକତାକୁ ଲକ୍ଷ୍ୟ କରି ଏବଂ ଆଜିର ପ୍ରତିଯୋଗିତାମୂଳକ ବଜାରରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଲାଗି ଆଇଟିଆଇ ଗୁଡିକରେ ପ୍ରେସିସନ୍ ଇଞ୍ଜିନିଅରିଂ, ଭର୍ଟିକାଲ୍ ଟ୍ରାନ୍ସପୋର୍ଟେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ମେକାଟ୍ରୋନିକ୍ସ, ରୋବୋଟିକ୍ସ, ଥ୍ରିଡୀ ପ୍ରିଟିଙ୍ଗ, ଡ୍ରୋନ୍ ଟେକ୍ନୋଲୋଜି, ଟେଲି ମେଡିସିନ ଭଳି ଯୁଗୋପଯୋଗୀ ପାଠ୍ୟକ୍ରମ ଗୁଡିକୁ ସାମିଲ କରାଯିବା ପାଇଁ ମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିଛନ୍ତି l ଇରାସିସ ଆଚାର୍ଯ୍ୟ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ନେତୃତ୍ୟୁ ରେ ଓଡ଼ିଶାରେ ପ୍ରଯୁଜ୍ୟ ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ଆସନ୍ତା ଦିନରେ ଶିଳ୍ପ ବୃଦ୍ଧି ହେବ ସହିତ ଯୁବକ ଯୁବତୀ ମାନେ କିଭଳି ନିଯୁକ୍ତି ପାଇବେ ଏଥିପାଇଁ ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ବିଭିନ୍ନ କଳକାରଖାନା ନିଯୁକ୍ତି ପାଇ ପାରିବେ।ଏହାଛଡା, ନବୀକରଣ ଶକ୍ତି, ସୌର ଶକ୍ତି, ଅକ୍ଷୟ ଶକ୍ତି, ନିର୍ମଳ ଶକ୍ତି ଏବଂ ବୈଦ୍ୟୁତିକ ଯାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି, ତାହାକୁ ଲକ୍ଷ୍ୟ କରି ଆଇଟିଆଇରେ ଏହା ସହ ଯୋଡି ହୋଇଥିବା ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି l ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ନିରବିଛିନ୍ନ ସେବା ଯୋଗାଇବା ସହ ବିଭାଗ ଗୁଡିକ ମଧ୍ୟରେ ତଥ୍ୟ ବିନିମୟକୁ ସହଜ କରିବା ପାଇଁ ‘ୱାନ୍-ଷ୍ଟପ୍ ସୂଚନା କେନ୍ଦ୍ର’ ଭାବେ ଏକ ସମନ୍ୱିତ ୱେବସାଇଟ୍ ପ୍ରସ୍ତୁତ କରିଛୁ l ୨୦୨୦ ରେ ଭାରତର ଶ୍ରେଷ୍ଠ ୧୦୦ ତାଲିକାରେ ଓଡ଼ିଶାର ୧୧ଟି ଆଇଟିଆଇ ସ୍ଥାନ ପାଇଥିବା ବେଳେ, ୨୦୨୪ ରେ ୧୪୯୯୯ ବିଦ୍ୟମାନ ଆଇଟିଆଇ ଗ୍ରେଡିଂ ପାଇଁ ଡାଟା ଡ୍ରିଭେନ୍ ଗ୍ରେଡିଂ ପଦ୍ଧତି (ଡିଡିଜିଏମ) ରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବଡ଼ବିଲ ୯.୬ ସ୍କୋର୍ ପାଇ ଶ୍ରେଷ୍ଠ ଆଇଟିଆଇ ରେ ସ୍ଥାନ ପାଇଛି, ସେହିପରି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାଉରକେଲା ୯.୪ ସ୍କୋର୍ ପାଇ ଶ୍ରେଷ୍ଠ ୫ ଟି ଆଇଟିଆଇ ତାଲିକାରେ ରେ ସ୍ଥାନ ପାଇଛି, ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ରେ ରବିନାରାୟଣ ସାହୁ ଓ ସୁନୀତା ସିଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି
ସଂଗଠନ ତରଫରୁ ସ୍କିଲ ଇଉନିଭର୍ସିଟ, ସ୍କିଲ୍ ମ୍ୟୁଜିୟମ , ସଂଗଠନର ଗୃହ ପାଇଁ ପ୍ରସ୍ତାବ ମାନ୍ୟବର ମନ୍ତ୍ରୀ ଙ୍କ ଉପସ୍ଥିତିରେ ପ୍ରସ୍ତାବ ରଖାଗଲା।