ଜାଭିୟର୍ସ ହାଇସ୍କୁଲ୍ +୨ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ ସମ୍ବର୍ଦ୍ଧନା

0
22

ବ୍ରହ୍ମପୁର, ୧୨/୦୨/୨୦୨୫: ମିନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ତରଫରୁ ବୁଧବାର +୨ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ ସମ୍ୱର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଆଗାମୀ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ କିପରି ଛାତ୍ରଛାତ୍ରୀ ମାନେ ଉତ୍ତମ ଶିକ୍ଷା ମାଧ୍ୟମରେ ଭଲ ଭାବରେ ସଫଳତା ହାସଲ କରିବେ ସେଥି ନେଇ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଆଶ୍ରିବଚନ ପ୍ରଦାନ କରିଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ର ଅର୍ଥନୀତି ବିଭାଗ ପ୍ରଫେସର ତଥା ସ୍କୁଲ୍ ଅଫ ହ୍ୟୁମାନିଟିସ ଏଣ୍ଡ ସୋସିଆଲ ସାଇନ୍ସ ଡିନ୍ ପ୍ରଫେସର ସୁଧାକର ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ର ମୂଳ ମନ୍ତ୍ର ଦେଇ ନିଜ ବକ୍ତବ୍ୟ ମାଧ୍ୟମ ରେ ଉତ୍ସାହିତ କରିଥିଲେ । ଏହି ଅବସରରେ ସ୍କୁଲ ନିର୍ଦ୍ଦେଶକ ଡ଼. ଗୋରୀ ଶଙ୍କରପଣ୍ଡା , ସହ ନିର୍ଦ୍ଦେଶକ ଇଂ.କୁନାଲ କୌଶିକ ପଣ୍ଡା , ଆଞ୍ଚଳିକ ଶିକ୍ଷା ଅଧିକାରୀ ଡ ବିନାୟକ ସାହୁ ,ଅଧ୍ୟକ୍ଷ ପ୍ରଫେସର କାହ୍ନୁ ଚରଣ ପଣ୍ଡା , ରାହୁଲ ରାଜ୍ ପଣ୍ଡା ଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆଉ କର୍ମଚାରୀ ଉପସ୍ଥିତ ଥିଲେ l ଏଠାରେ ମୁଖ୍ୟ ଅତିଥି ଙ୍କୁ ସ୍କୁଲ ତରଫରୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ବେହେରା ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here