ପୋଲସରା ,୧୨/୧/୨୫ : ରାଜ୍ୟ ମହିଳା କମିଶନ, ଭୁବନେଶ୍ୱର,ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ପୋଲସରା ବ୍ଲକ୍ ଛକର ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଆଇନ ସଚେତନା କାର୍ଯ୍ୟକ୍ରମ ଫେବୃୟାରୀ ୧୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ ତିଳୋତ୍ତମା ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମିଶନ ଶକ୍ତିର ବିପିସି ନିଳାଞ୍ଚଳ ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରବିନ୍, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଜମିର ଅଲ୍ଲୀ ଖାଁ ଏବଂ ସମ୍ମାନୀତ ଅତିଥିଭାବେ ପୋଲସରା ଥାନା ସେକେଣ୍ଡ ଅଫିସର ମିଲନ ପ୍ରଧାନ, ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ଗୋପବନ୍ଧୁ ବେହେରା ଯୋଗଦେଇଥିଲେ। ଅତିଥିମାନେ ଘରୋଇ ହିଂସା, ଯୌତୁକ ନିରୋଧି ଆଇନ, ଭୃଣହତ୍ୟା, ନାବାଳିକା ଅତ୍ୟାଚାର, ପୋକସୋ ଆଇନ, ଅନ୍ଧବିଶ୍ୱାସ, ବାଲ୍ୟ ବିବାହ ପ୍ରଭୃତି ବିଷୟକୁ ନେଇ ସଚେତନ କରାଇଥିଲେ।ଏଥିରେ ସିଡିପିଓ କାର୍ଯ୍ୟାଳୟର ସମସ୍ତ ସୁପରଭାଇଜର, ଅଙ୍ଗନାୱାଡ଼ି କର୍ମୀ, ଆଶାକର୍ମୀ, ଏସଏଚଜି ଗୃପ, ପୋଲିସ କର୍ମଚାରୀ, ବୁଦ୍ଧିଜୀବୀ , ସମାଜସେବୀ ସଂଗଠନ ଓ କଲେଜର ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ଶେଷରେ ସିଡିପିଓ ଧନ୍ୟବାଦ ଅର୍ପଣ କରିଥିଲେ।