Home ବ୍ରହ୍ମପୁର ସ୍ପେଶାଳ ସମାପ୍ତ ହେଲା ପଞ୍ଚ ଦିବସୀୟ ପ୍ରେରଣା ତାଲିମ ଶିବିର

ସମାପ୍ତ ହେଲା ପଞ୍ଚ ଦିବସୀୟ ପ୍ରେରଣା ତାଲିମ ଶିବିର

0
10

ପୋଲସରା, ୧୨/୦୨/୨୫ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଧୁସୂଦନପୁର ଗ୍ରାମର କନକ ଦୁର୍ଗା ବିଦ୍ୟାପୀଠରେ ଫେବୃୟାରୀ ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ପଞ୍ଚ ଦିବସୀୟ ପ୍ରେରଣା ତାଲିମ ଶିବିର ଫେବୃୟାରୀ ୧୧ ତାରିଖ ଦିନ ସମାପ୍ତ ହୋଇଯାଇଛି। ଶିବିରରେ ଖଲ୍ଲିକୋଟସ୍ଥ ଶିକ୍ଷକ ଶିକ୍ଷା ତାଲିମ କେନ୍ଦ୍ରର ଶିକ୍ଷୟତ୍ରୀ ସରୋଜିନୀ ମିଶ୍ର ଯୋଗ ଦେଇ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ, ପ୍ରେରଣା ତାଲିମ ଶିବିରରୁ ଯାହା ଶିକ୍ଷାଲାଭ କଲା ତାହାକୁ ବିଦ୍ୟାଳୟର ଶିକ୍ଷାଦାନ ସମୟରେ ପ୍ରତିଫଳନ କରିବାକଜ ଗୁରୁତ୍ଵାରୋପ କରିଥିଲେ। ପୋଲସରା ବିଇଓ ପିଣ୍ଟୁ କୁମାର ପ୍ରଧାନ ନିଜର ବକ୍ତବ୍ୟରେ ଶିବିରରେ ତାଲିମ ସମୟରେ ଯାହା ଶିକ୍ଷା ଅର୍ଜନ କଲେ ତାହାକୁ ଶିକ୍ଷାଦାନରେ ପ୍ରୟୋଗ କରି ନିଜର ପବିତ୍ର କର୍ତ୍ତବ୍ୟ ପାଳନ କରି ସମାଜରେ ଜଣେ ଊତ୍ତମ୍ ଶିକ୍ଷକ/ଶିକ୍ଷୟତ୍ରୀର ପରିଚୟ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ। ଏବିଇଓ ସ୍ୱରୂପ କୁମାର ପାତ୍ର ନିଜର ବକ୍ତବ୍ୟରେ ତାଲିମପ୍ରାପ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନିଷ୍ଠାର ସହିତ କାମକରି ନିଜର ସୁନାମ ସହିତ ଅନୁଷ୍ଠାନର ସମ୍ମାନ ବଜାୟରଖି ସମାଜରେ ନିଜକୁ ଜଣେ ଜଣେ ଆଦର୍ଶ ଗୁରୁଭାବେ ପରିଚୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ବିଇଓ ସୁବାସିନି ତ୍ରିପାଠୀ ନିଜର ବକ୍ତବ୍ୟରେ ଶିକ୍ଷାର ମହତ୍ବ,ଆବଶ୍ୟକତା ଓ ବ୍ୟବହାର ଉପରେ ଗୁରୁତ୍ଵାରୋପ କରିବାସହ ସମସ୍ତଙ୍କ ଊତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଶିବିରରେ ୪୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଲିମ ନେଇ ମାନପତ୍ର, ପେନ୍ ଡ୍ରାଇଭ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲା। ଏଥିରେ ସମ୍ବଳ ଶିକ୍ଷକ ଭାବେ କାହୁଁ ଚରଣ ଜେନା, ସୁରେନ୍ଦ୍ର କୁମାର ସେଠୀ, ପ୍ରିୟବ୍ରତ ବେହେରା ଓ ଆଲୋକ କୁମାର ପୃଷ୍ଟି ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଶେଷରେ ଏବିଇଓ ସ୍ୱରୂପ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!