ବୁଗୁଡା। ୧୩ /୦୨/୨୫ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାର୍ଥକ ସଂକେତ ବିଶ୍ବାଳଙ୍କ ବେଆଇନ କାର୍ଯ୍ୟକଳାପ ସମ୍ପର୍କ ନେଇ ତାଙ୍କ ବିରୁଦ୍ଧରେ ବୁଗୁଡାର କେତେକ ବ୍ଯକ୍ତିଙ୍କ ପକ୍ଷରୁ ଗତ ମାସରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ବହୁ ଅଭିଯୋଗ ସମ୍ବଳିତ ଏକ ଦରଖାସ୍ତ ପ୍ରେରଣ କରାଯାଇଥିଲା। ଉକ୍ତ ଦରଖାସ୍ତରେ ଅଭିଯୋଗ ରହିଥିଲା ଯେ ଆୟୁଷ ଡାକ୍ତର ସାର୍ଥକ ସଙ୍କେତ ବିଶ୍ବାଳ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟରେ ଅବହେଳା କରିବା ସହ ନିଜ ଘରେ କ୍ଲିନିକ କରି ଗରିବ ଲୋକଙ୍କୁ ଜେନେରିକ ମେଡ଼ିସିନ ଦେଇ ଠକୁଛନ୍ତି , ଅବିବାହିତ ଝିଅଙ୍କ ଗର୍ଭ ନଷ୍ଟ କରିବା ଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି , ନିରାମୟରୁ ଗରିବ ଲୋକଙ୍କୁ ମେଡିସିନ ନଦେଇ ନିଜ ପରିଚିତ ଦୋକାନକୁ ପଠାଉଛନ୍ତି କିମ୍ବା ନିଜ ଘରେ ରଖିଥିବା ଜେନେରିକ ମେଡିସିନ ରୋଗୀଙ୍କୁ ଦେଇ ଅଧିକ ଅର୍ଥ ଆଦାୟ କରୁଛନ୍ତି , ଡ୍ୟୁଟି ସମୟରେ ମେଡିକାଲରେ ନରହି ନିଜ ଘରେ ଚିକିତ୍ସା କରୁଛନ୍ତି । ଏଥି ସହ ଆରୋଗ୍ଯ ପାଇଁ ଆସୁଥିବା ରୋଗୀଙ୍କୁ ମେଡିକାଲରେ ମିଳୁଥବା ନିରାମୟରୁ ମେଡିସିନ ନଦେଇ ନିଜର ସେଟିଙ୍ଗ୍ କମ୍ପାନୀର ମେଡିସିନ୍ ଯାହାକି ଏକ ନିର୍ଦ୍ଦିଷ୍ଟ ଦୋକାନରେ ମିଳିଥାଏ, ସେଠାରୁ ଆଣିବା ପାଇଁ ବାଧ୍ୟ କରୁଛନ୍ତି । ନିଜ ଘରେ ଅନେକ ବର୍ଷ ହେଲା କ୍ଲିନିକ କରି ସମସ୍ତ ବିଭାଗର ରୋଗୀଙ୍କୁ ଚିକିତ୍ସା କରି ଅଜସ୍ର ଅର୍ଥ ଆଦାୟ କରୁଛନ୍ତି । ଏପରିକି ସାଧାରଣ ଜ୍ବର ହୋଇଥିଲେ ବି ଘରୋଇ ପାଥଲୋଜିକୁ ପଠାଇ ଟେଷ୍ଟ ରିପୋର୍ଟରେ ଟାଇଫଏଡ ବାହାରିଥିବା ଦର୍ଶାଇ ରୋଗୀଙ୍କୁ ଭୟଭୀତ କରାଇ ଲୁଟୁଛନ୍ତି । ଅନ୍ୟପକ୍ଷରେ ସାଧାରଣ ଜ୍ୱର, କାଶ, ଝାଡା ଉତ୍ୟାଦି ହୋଇଥଲେ ବି ହଜାର ହଜାର ଟଙ୍କାର ଜେନେରିକ ମେଡିସିନ ଲେଖି ରୋଗୀଙ୍କର ଅଯଥା ଖର୍ଚ୍ଚ କରାଉଛନ୍ତି। ଉକ୍ତ ଲିଖିତ ଭିଯୋଗକୁ ଭିତ୍ତିକରି ୧୨/୦୨/୨୫ ଦିନ ତଦନ୍ତ ନିମନ୍ତେ ଜିଲ୍ଲା ସ୍ତରୀୟ ଏକ ଟିମ୍ ବୁଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲା। ଉକ୍ତ ଟିମରେ ଡିଏମଓ ବିଶ୍ବମ୍ବର ବେହେରା ଏବଂ ପ୍ରଦୀପ କୁମାର ସାହୁ ରହିଥିଲେ। ସେମାନେ ଦୀର୍ଘଘଣ୍ଟା କାଳ ମେଡିକାଲରେ ରହି କିଛି ଅଭିଯୋଗକାରୀ ଏବଂ ଡାକ୍ତର ବିଶ୍ବାଳଙ୍କୁ ସାକ୍ଷାତ କରି ଅଭିଯୋଗର ତଦନ୍ତ କରି ଫେରିଥିବା ଜଣାଯାଇଛି। ତଦନ୍ତ ଟିମ୍ ମେଡିକାଲ ଗ୍ୟାରେଜ ଯାଇ ସେଠାରେ ଡାକ୍ତରଙ୍କ ଗାଡି ଥିବା ଦେଖିଥିଲେ, ଯାହାକି ସେ ଗ୍ୟାରେଜଟି ସେ ନିଜ ବ୍ଯବହାରରେ ରଖିଥିଲେ । ଆୟୁର୍ବେଦ ମେଡିସିନ ରେଜିଷ୍ଟ୍ରାର ବୁକ୍ ମାଗିଥିବା ବେଳେ ସେଥିରେ ମଧ୍ୟ ମିଥ୍ୟା ତଥ୍ୟ ପାଇଥିଲେ। ଆୟୁଷ ଡାକ୍ତର ଶ୍ରୀ ବିଶ୍ୱାଳ କାର୍ଯ୍ୟ ସମୟରେ ନିଜ ଘରରେ କ୍ଳିନିକ କରି ରୋଗୀଙ୍କ ଚିକିତ୍ସା କରୁଥିବା କିଛି ସୁରାକ ମଧ୍ଯ ତଦନ୍ତ ଟିମ୍ କୁ ମିଳିଥିବା ଶୁଣାଯାଉଛି। ତଦନ୍ତ ସମୟରେ ଡାକ୍ତର ଜଣଙ୍କ ବହୁ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ । ତେବେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କିଛିତ ସୁରାଗ ତଦନ୍ତ ଟିମକୁ ମିଳିଛି ତେବେ ଡାକ୍ତର ବିଶ୍ବାଳଙ୍କ ବିରୁଦ୍ଧରେ ଅଭିଯୋଗ ଏବଂ ଏହାର ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି।
Home ବ୍ରହ୍ମପୁର ସ୍ପେଶାଳ ଆୟୁଷ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ, ତଦନ୍ତ ପାଇଁ ପହଞ୍ଚିଲା ଜିଲ୍ଲା ସ୍ତରୀୟ ଟିମ୍, ମିଳିଛି ସୁରାକ...