ବ୍ରହ୍ମପୁର,୧୩/୦୨/୨୦୨୫: ସ୍ଥାନୀୟ ଆମ୍ବପୁଆ ସିଟି କଲେଜରେ କଲେଜ ଅଧ୍ୟକ୍ଷା ଡ.ଅନୀତା କୁମାରୀ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରୁ ତିନିଜଣ ଛାତ୍ର ସାଧାରଣତନ୍ତ୍ର ଦିବସ ୨୦୨୫ରେ ଭାଗନେଇ ଦିଲ୍ଲୀରୁ ଫେରିବା ପରେ ସେମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା ତାହା ସହିତ ଏନ୍.ସି.ସି ଅଫିସର ଲେଫନାନ୍ସ ମେଘନାଦ ପ୍ରଧାନ ରାଜ୍ୟସ୍ତରରେ ଶ୍ରେଷ୍ଠ ଏନ୍.ସି.ସି ଅଫିସର ୨୦୨୪-୨୫ ଭାବେ ବିବେଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିବାରୁ ତାଙ୍କୁ ମଧ୍ୟ ସମ୍ବନ୍ଧିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥିରୂପେ ଆଂଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢୀ ଯୋଗଦେଇ କ୍ୟାଡେଟ୍ମାନଙ୍କୁ ସମାଜ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ରହିବା ସଙ୍ଗେ ସଙ୍ଗେ ଦେଶର ସେବା କରିବା ପାଇଁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ୩(ଓ) ମେଡିକାଲ୍ ଏନ୍. ସି. ସିର ଅଫିସର କମାଣ୍ଡିଙ୍ଗ ଲେଫନାନ୍ତି କର୍ଣ୍ଣେଲ (ଡକ୍ଟର) ତାପସ ରଂଜନ ବିଷୋୟୀ ଯୋଗଦେଇ କ୍ୟାଡେଟ୍ମାନଙ୍କର ଭବିଷ୍ୟତ ଉଜ୍ଜ୍ବଳ କାମନା କରିଥିଲେ । ସାଧାରଣତନ୍ତ୍ର ଦିବସରେ ଭାଗ ନେଇଥିବା ତିନିଜଣ କ୍ୟାଡେଟ୍ ସିନିଅର ଅଣ୍ଡର ଅଫିସର କମଲକାନ୍ତ ମହାପାତ୍ର, ଜୁନିଅର ଅଣ୍ଡର ଅଫିସର ଆଶିଷ ରଂଜନ ପରିଡା ଓ କର୍ପୋରାଲ୍ ଶୁଭମ୍ ପଣ୍ଡାଙ୍କୁ ମାନପତ୍ର ସହ ଏନ୍.ସି.ସି ଅଫିସରଙ୍କ ତରଫରୁ ନଗଦ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର କ୍ୟାଡେଟ୍ମାନଙ୍କର ପିତାମାତା ଓ ଅଭିଭାବକମାନଙ୍କୁ ସେମାନଙ୍କର ସହଯୋଗ ଓ ତ୍ୟାଗ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। କଲେଜର ଉକ୍ତ ତିନି ଜଣ କ୍ୟାଡେଟ୍ ଏବଂ ଏନ୍.ସି.ସି ଅଫିସର ସେମାନଙ୍କର ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ଯକ୍ଷା, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ୩(ଓ) ମେଡିକାଲ୍ ଏନ୍. ସି. ସିର ଅଫିସର କମାଣ୍ଡିଙ୍ଗ ଓ କର୍ମଚାରୀମାନଙ୍କର ସହଯୋଗ ଓ ସହଭାଗିତା ରହିଥିବା ଉଲ୍ଲେଖ କରିବା ସହିତ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ଶ୍ରୀମତି ଗୀତାଞ୍ଜଳି ପାଣିଗ୍ରାହୀ, ଏକାଉନ୍ଟସ୍ ଅଧିକାରୀ ଡ. ମାଧୁରୀ ପାଢୀ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରୋତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକ ଦୁଇଜଣ ଛାତ୍ରୀ ଏନ୍.ସି.ସି କ୍ୟାଡେଟ୍ ଯଥା ଜୁଲିକା ପ୍ରିୟଦର୍ଶିନୀ ସେଠି ଏବଂ ସର୍ମିଷ୍ଟା ସାହୁ ସୁଚାରୁ ରୂପେ ପରିଚାଳନା କରିବା ସହିତ ସ୍ଵାଗତ ସମ୍ବର୍ଦ୍ଧନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ସିଟି ମହାବିଦ୍ୟାଳୟରେ ଏନ୍.ସି.ସି ଅଫିସର ଏବଂ କ୍ୟାଡେଟ୍ମାନଙ୍କୁ ସମ୍ବର୍ଦ୍ଧନା