ଫେବୃଆରୀ ୧୮ରୁ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଆରମ୍ଭ ।ଆଠ ଦକ୍ଷିଣାଞ୍ଚଳ ଜିଲ୍ଲାରେ ୪୭ଟି ହବ୍ ଓ ୨୫୪ ପରୀକ୍ଷା କେନ୍ଦ୍ର : ପରୀକ୍ଷାର୍ଥୀଙ୍କ ସଂଖ୍ୟା ୮୨, ୮୧୪

0
15

ବ୍ରହ୍ମପୁର, ୧୪/୦୨/୨୦୨୫: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ୨୦୨୫ ବର୍ଷର +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଆଗାମୀ ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେଉଅଛି l ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଆଠଟି ଜିଲ୍ଲାରେ ମୋଟ ୪୭ଟି ପରୀକ୍ଷା ପରିଚାଳନା ହବ୍ ଓ ୨୫୪ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଚଳିତ ବର୍ଷ ୨୫୪ଟି କେନ୍ଦ୍ରରେ ସର୍ବମୋଟ ୮୨ ହଜାର ୮୧୪ ଜଣ ପରୀକ୍ଷାର୍ଥୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ସ୍ରୋତରେ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି l ଫେବୃଆରୀ ୧୨ରୁ ୧୪ ତାରିଖ ମଧ୍ୟରେ ୪୭ଟି ଯାକ ପରୀକ୍ଷା ପରିଚାଳନା ହବ୍ କଣ୍ଟ୍ରୋଲ୍ ରୁମରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଞ୍ଚାଇ ଦିଆଯିବ l ହବ୍ ମାନଙ୍କରେ ଚବିଶ ଘଣ୍ଟା ସିସି କ୍ୟାମେରାର ବ୍ୟବସ୍ଥା କରାଯିବା ସହ ସଶସ୍ତ୍ର ପୋଲିସ୍ ବାହିନୀ ମୁତୟନ କରାଯାଇଛି l ପରୀକ୍ଷାକୁ ସଂପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପାଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି l ବିଭିନ୍ନ ପରୀକ୍ଷା ପରିଚାଳନା ହବ୍ ପକ୍ଷରୁ ପ୍ରେରିତ ପର୍ଯ୍ୟବେକ୍ଷକଙ୍କୁ ନେଇ ପର୍ଯ୍ୟବେକ୍ଷକ ସ୍ତରୀୟ ସ୍କ୍ୱାଡ୍, ଜିଲ୍ଲାସ୍ତରୀୟ ସ୍କ୍ୱାଡ୍, ପ୍ରାଶାସନିକ ଅଧିକାରୀ ସ୍ତରୀୟ ସ୍କ୍ୱାଡ୍, ବ୍ରହ୍ମପୁର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଜୋନାଲ୍ ସ୍ତରୀୟ ସ୍କ୍ୱାଡ୍ ଓ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରୀୟ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯିବା ସଂଗେ ସଂଗେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଜିଲ୍ଲା ପ୍ରଶାସନର ଜଣେ ଜଣେ ଅଧିକାରୀ ପ୍ରଶ୍ନପତ୍ର ଖୋଲାଯିବା ଓ ଉତ୍ତରପତ୍ର ପ୍ୟାକେଟ୍ ସିଲ୍ ହେବା ସମୟରେ ଉପସ୍ଥିତ ରହି ସ୍ୱଚ୍ଛ, ଶୃଙ୍ଖଳିତ ଓ କପିମୁକ୍ତ ପରୀକ୍ଷା ସୁନିଶ୍ଚିତ କରିବା ସହ ସଂପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥାର ତଦାରଖ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉପସଚିବ ଡକ୍ଟର୍ କୁଳମଣି ଓଝା ସୂଚନା ଦେଇଛନ୍ତି l
ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ୧୬ଟି ପରୀକ୍ଷା ପରିଚାଳନା ହବ୍ ଅଧୀନରେ ୮୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୩ ହଜାର ୧୬୪ ଜଣ ଛାତ୍ରଛାତ୍ରୀ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ପରୀକ୍ଷା ଦେବେ l କଳା ସ୍ରୋତରେ ୧୯ ହଜାର ୭୯୬ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୮ ହଜାର ୦୮୯ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି l ଏହା ସହ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବା ପାଇଁ କଳା ସ୍ରୋତରେ ୭୯୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ବିଜ୍ଞାନ ସ୍ରୋତରେ ୧୧ ହଜାର ୦୯୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୦ ହଜାର ୮୧୫ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ଏକ୍ସ-ରେଗୁଲାର୍ ପରୀକ୍ଷା ଦେବା ପାଇଁ ମୋଟ ୯୭୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୨ ହଜାର ୨୭୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨ ହଜାର ୦୮୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟରେ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବା ପାଇଁ ୧୩୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୨୮୭ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨୪୬ ଜଣ ବିଦ୍ୟାର୍ଥୀ ଫର୍ମ ପୂରଣ କରିଛନ୍ତି l ଏକ୍ସ-ରେଗୁଲାର୍ ପରୀକ୍ଷା ଦେବା ପାଇଁ ୨୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ଡ. ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l
ଗଜପତି ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ସ୍ଥାପିତ ହୋଇଥିବା ବେଳେ ୧୯ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ହଜାର ୩୧୩ ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଆଦି ସ୍ରୋତରେ ପରୀକ୍ଷା ଦେବେ l +୨ କଳା ସ୍ରୋତରେ ୩ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୩୦୦ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି l ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୪୦୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୧୨୫୫ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୧୫୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି ଏବଂ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୫୬ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୮୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରଣ କରିଥିବା ବେଳେ ତନ୍ମଧ୍ୟରୁ ୬୨ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବେ ଏବଂ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ମାତ୍ର ୧୦ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୧୧୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୯୮ ଜଣ ବିଦ୍ୟାର୍ଥୀ ଫର୍ମ ପୂରଣ କରିଛନ୍ତି ଏବଂ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ l
କୋରାପୁଟ ଜିଲ୍ଲାରେ ମୋଟ ୬ଟି ପରୀକ୍ଷା ପରିଚାଳନା ହବ୍ ସ୍ଥାପନ କରାଯାଉଥିବା ବେଳେ ୩୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୧ ହଜାର ୬୦୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ପରୀକ୍ଷା ଦେବେ l କଳା ସ୍ରୋତରେ ୬ ହଜାର ୫୭୭ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୬ ହଜାର ୦୩୨ ଜଣ ଏବଂ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୭୫୬ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ବିଜ୍ଞାନ ସ୍ରୋତରେ ୩ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୧୦୬ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୫୩୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୯୭୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୮୪୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୯୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ୨୧୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୯୨ ଜଣ ପରୀକ୍ଷାର୍ଥୀ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୫୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l
ମାଲକାନଗିରି ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ଓ ୨୨ଟି ପରୀକ୍ଷା କେନ୍ଦ୍ର ସ୍ଥାପିତ ହୋଇଛି l ଏହି ଜିଲ୍ଲାରେ ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ରୋତରେ ମୋଟ ୫ ହଜାର ୫୮୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କଳା ସ୍ରୋତରେ ୪ ହଜାର ୦୮୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୪୫୩ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୪୪୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୧୨୬୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୧୬୨ ଜଣ ପରୀକ୍ଷାର୍ଥୀ ରେଗୁଲାର୍ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୧୭୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୩୭୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩୩୧ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ଜଣେ ଛାତ୍ର ପଞ୍ଜିକରଣ କରିଥିବା ବେଳେ ସେହି ଜଣେ ମାତ୍ର ଛାତ୍ର ଫର୍ମ ପୂରଣ କରିଛନ୍ତି l
ନବରଙ୍ଗପୁର ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ଓ ୩୦ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି l ଏହି ଜିଲ୍ଳାରେ ଚଳିତ ବର୍ଷ ମୋଟ ୮ ହଜାର ୧୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କଳା ସ୍ରୋତରେ ୫ ହଜାର ୩୮୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୪ ହଜାର ୭୪୬ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୬୬୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୨ ହଜାର ୧୯୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨ ହଜାର ୦୦୯ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୮୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୪୨୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩୪୦ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୬୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l
ରାୟଗଡ଼ା ଜିଲ୍ଲାରେ ୫ଟି ପରୀକ୍ଷା ପରିଚାଳନା ହବ୍ ଓ ୨୬ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଏହି ଜିଲ୍ଲାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ
ମୋଟ ୮ ହଜାର ୦୫୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ l କଳା ସ୍ରୋତରେ ୪ ହଜାର ୭୮୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୪ ହଜାର ୨୯୧ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୩୯୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୨ ହଜାର ୩୧୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨ ହଜାର ୧୮୦ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୩୧୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୭୮୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୬୯୮ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୬୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷା ନିମନ୍ତେ ୧୨୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୯୫ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୨୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l
ବୌଦ୍ଧ ଜିଲ୍ଲାର ୩ଟି ପରୀକ୍ଷା ପରିଚାଳନା ହବ୍ ଓ ୧୫ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଏହି ଜିଲ୍ଲାରେ ମୋଟ ୩ ହଜାର ୫୬୯ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ପରୀକ୍ଷା ଦେବେ l କଳା ସ୍ରୋତରେ ୩ ହଜାର ୯୮୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୩୩୭୨ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ଦେବା ପାଇଁ ମୋଟ ୧୮୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୧୨୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୧୦ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୩୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୧୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୨ ଜଣ ପରୀକ୍ଷାର୍ଥୀ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୭୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୬୦ ଜଣ ପରୀକ୍ଷାର୍ଥୀ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୧୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l
କନ୍ଧମାଳ ଜିଲ୍ଲାରେ ୫ଟି ପରୀକ୍ଷା ପରିଚାଳନା ହବ୍ ଓ ୨୮ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଏହି ଜିଲ୍ଲାରେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୭ ହଜାର ୪୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କଳା ସ୍ରୋତରେ ୬ ହଜାର ୩୩୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୫ ହଜାର ୩୪୨ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୬୧୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୯୭୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୮୯୬ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୧୯୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୨୧୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୮୪ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୩୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୧୭0 ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୪୭ ଜଣ ବିଦ୍ୟାର୍ଥୀ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୧୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି l
ଗତବର୍ଷ ଠାରୁ ଅନ୍ୟୂନ ଦୁଇ ସପ୍ତାହ ପୂର୍ବରୁ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତ ସମୂହର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଅଛି l ପୂର୍ବ ବର୍ଷମାନଙ୍କରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା +୨ ପରୀକ୍ଷା ପରିଚାଳିତ ହେଉଥିଲା l ଏ ଥର ଯଥେଷ୍ଟ ପୂର୍ବରୁ ଡିସେମ୍ବର୍ ଶେଷ ସପ୍ତାହରେ ଅଭ୍ୟନ୍ତରୀଣ ମୂଲ୍ୟାୟନ ପରୀକ୍ଷା (ଇଣ୍ଟରନାଲ୍ ଆସେସମେଣ୍ଟ୍ ଏଗଜାମିନେସନ୍) ଓ ଜାନୁଆରୀ ପ୍ରଥମ ସପ୍ତାହରେ କ୍ରିୟାତ୍ମକ ପରୀକ୍ଷା (ପ୍ରାକ୍ଟିକାଲ୍ ଏଗଜାମିନେସନ୍) ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଯାଇଛି ଏବଂ ଥିଓରୀ ପରୀକ୍ଷା ଚଳିତ ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ମଧ୍ୟରେ ସଂପନ୍ନ ହେବ ବୋଲି ଦକ୍ଷିଣାଞ୍ଚଳ ସଚିବ ଡ. ଓଝାଙ୍କ ସୂଚନାରୁ ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here