ପୋଲସରା ୧୪/୦୨/୨୫ ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର କସିପଡା ସ୍ଥିତ ମାଁ ସିଂହାସନୀଙ୍କ ଶକ୍ତି ପୀଠ କଲ୍ୟାଣ ମଣ୍ଡପ ଠାରେ ବ୍ଳକ ସ୍ତରୀୟ ବନାଗ୍ନି ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର ୧୪/୦୨/୧୫ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ଶିବିରରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣ ଘୁମୁସର ବନ ଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଏସିଏଫ ପ୍ରଦିପ କୁମାର ବେହେରା, ପାଣ୍ଡିରିପଡା ସରପଞ୍ଚ ରଘୁନାଥ ଭୂୟାଁ, ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶୁଳପାଣି ଶତପଥୀ, ପୀତବାସ ପ୍ରଧାନ, ସୁରେଶ ସ୍ବାଇଁ, ରବିନ୍ଦ୍ର ନାୟକ , ଶ୍ରୀଧର ମିଶ୍ର ଯୋଗଦେଇଥିଲେ। ବନାଗ୍ନି ଦାଉରୁ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା, ପରିବେଶ ସୁରକ୍ଷା ପାଇଁ ଗଛଟିଏ ଲଗାଇବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ। ଏହି ଅବସରରେ ବନାଗ୍ନି ପ୍ରତିରୋଧ ସହ ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା ପ୍ରଭୃତି ବିଷୟ ଉପରେ ଲୋକନୃତ୍ୟ ଦାସକାଠିଆ ମାଧ୍ୟମରେ ଜନସଚେତନତା କରାଯାଇଥିଲା। ପୋଲସରା ବନାଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।