ବ୍ରହ୍ମପୁର,୧୪/୦୨/୨୦୨୫: ୨ୟ ଓଡିଶା ବ୍ୟାଟାଲିଅନ୍ ଏନସିସି ଆର୍ମି ଙ୍କ ଆୟୋଜନରେ ଏନସିସି ଆର୍ମି ଏବଂ ନାଭାଲ୍ ଏନସିସି- ଖଲ୍ଲିକୋଟ ୟୁନିଟାରି ବିଶ୍ୱବିଦ୍ୟାଳୟ ଏଵଂ ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ୍ର ସହଯୋଗରେ ବ୍ଲାକ ଡେ ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ରାଲି ଏଵଂ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ୨୦୧୯ ର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୪୦ ଜଣ ମହାନ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା।
ଏହି ଅବସରରେ ପ୍ରଥମେ ଏକ ଶ୍ରଦ୍ଧାଞ୍ଜଳି ରାଲି ଅନୁଷ୍ଠିତ ହେଇଥିଲା, ଯେଉଁଥିରେ ଏନସିସି ଆର୍ମି ଏଵଂ ନାଭାଲ ୟୁନିଟ୍ ର ସମସ୍ତ କ୍ୟାଡେଟ, ଅଫିସର ଏବଂ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ସ୍ବେଛାସେବୀ ମାନେ ସହଭାଗୀ ହୋଇଥିଲେ। ରାଲି ଶେଷରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅତିଥି ଭାବେ କ୍ୟାପଟେନ ଯତୀନ ବିଷୋୟୀ, ସୁବେଦାର ମେଜର କାଳୁରାମ୍, ସୁବେଦାର ଦେବେନ୍ଦ୍ର ଥାପା, ହାବେଲଦାର ଅମରଜିତ୍ ସିଂ ଆଦି ଅଫିସର ମାନଙ୍କ ସହ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ଶ୍ରୀ ଭାରତ ଗୌରବ ଦାଶ ଉପସ୍ଥିତ ଥିଲେ। ସଭାରେ ମହାନ ସୈନିକଙ୍କ ବଳିଦାନ କୁ ସ୍ମରଣ କରି ଅଫିସର ଏଵଂ କ୍ୟାଡେଟ ମାନଙ୍କ ଦ୍ଵାରା କିଛି ବକ୍ତବ୍ୟ ଦିଆଯାଇଥିଲା ଏଵଂ ଶହୀଦ ମାନଙ୍କ ସ୍ମୃତିରେ ସଭା ପରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଶକ୍ତିଶାଳୀ ସନ୍ଦେଶ ଦିଆଗଲା ଯେ, ଯେଉଁ ସୈନିକମାନେ ଦେଶକୁ ରକ୍ଷା କରି ନିଜ ଜୀବନ ଆହୁତି ଦେଇଛନ୍ତି, ସେମାନଙ୍କ ସଂସ୍କୃତି, ଆଦର୍ଶ ଏବଂ ସେମାନଙ୍କ ବଳିଦାନ ସମଗ୍ର ଭାରତ ଅନୁସରଣ କରିବ ଏବଂ ସେମାନଙ୍କୁ ସମ୍ମାନ ଜଣାଇବ।