ଶିଶୁ ମାନଙ୍କ ଦ୍ଵାରା ଶହୀଦ ଦିବସରେ ସଚେତନତା ନାଟକ

0
16

ବ୍ରହ୍ମପୁର, ୧୪/୦୨/୨୦୨୫: ଫୁଲଓ୍ବାମା ଶହୀଦ ଦିବସ ଉପଲକ୍ଷେ ଶହୀଦ ହୋଇଥିବା ୪୪ ଜଣ ଜବାନମାନଙ୍କ ଉଦେଶ୍ୟରେ ଜୟ ପ୍ରକାଶ ନଗର୍ ସ୍ଥିତ ଆୟାନୀ ଡାନ୍ସ ଏକାଡେମୀ ତଥା ରେନବୋ ପ୍ଲେ ସ୍କୁଲ ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ କୁନି କୁନି ଶିଶୁ ମାନଙ୍କ ଦ୍ବାରା ଏକ ସଚେତନତା ଉଦ୍ଦେଶ୍ୟରେ ଏକ ସଙ୍ଗୀତ ବୋଧକ ନାଟକ ମାଧ୍ୟମରେ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଏକାଡେମୀ ର ମୁଖ୍ୟ ପରିଚାଳିକା ତଥା ଅଧ୍ୟକ୍ଷା ଅସ୍ମିତା ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ମାନେ ଭାରତ ମାତା ର ଜୟଗାନ କରିବା ସହ ବୀର ସହିଦ ମାନଙ୍କ ସ୍ମୃତି ଚାରଣ କରିଥିଲେ । ଏଥିରେ ସ୍ଵପ୍ନା ରାଣୀ ଗୌଡ଼, ପଦ୍ମିନୀ ନାୟକ, ମନିଷା ଦାସ, ଏମ ଶିବାନୀ, ଆର୍ . ଦୀବ୍ୟା ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here