ବ୍ରହ୍ମପୁର, ୧୪/୦୨/୨୦୨୫: ଫୁଲଓ୍ବାମା ଶହୀଦ ଦିବସ ଉପଲକ୍ଷେ ଶହୀଦ ହୋଇଥିବା ୪୪ ଜଣ ଜବାନମାନଙ୍କ ଉଦ୍ଦେଶ୍ୟରେ ମୀନାକ୍ଷୀନଗର୍ ସ୍ଥିତ ଜାଭିୟର୍ସ ସ୍କୁଲ ତରଫରୁ ରାମଲିଙ୍ଗେଶ୍ଵର ପାର୍କ ସମୁଖ୍ୟ ରାସ୍ତାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମାନଙ୍କ ଦ୍ବାରା ପ୍ଲାଗ କାର୍ଡ ମାଧ୍ୟମରେ ସଚେତନତା ପୂର୍ବକ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ସ୍କୁଲ୍ ଅଧ୍ୟକ୍ଷ କାହ୍ନୁ ଚରଣ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ବୀର ଯବାନ ମାନଙ୍କ ଜୟଗାନ କରିବା ସହ ସହିଦ ମାନଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜୟ ଯବାନ ଜୟ ଭାରତ ର ସ୍ଲୋଗାନ ମାନ ଦେଇ ପରିକ୍ରମା କରାଯାଇଥିଲା ।ଏଥିରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।