ଆନ୍ତଃ ମହାବିଦ୍ୟାଳୟ ସାହିତ୍ୟ ଏବଂ କଳା ପ୍ରତିଯୋଗିତା ଉଦଘାଟିତ

0
26

ବ୍ରହ୍ମପୁର,୧୫/୦୨/୨୦୨୫: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ଅପରାହ୍ନରେ ଦୁଇଦିନିଆ ଅନ୍ତଃ ମହାବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ପ୍ରାୟ ୨୦ ଟି ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଯୋଗ ଦେଇଛନ୍ତି l ଏଥିରୁ ପ୍ରଥମ ହୋଇଥିବା ପ୍ରତିଯୋଗୀ ଆସନ୍ତା ୧୯ ରୁ ୨୪ ତାରିଖ ମଧ୍ୟରେ ଓଡିଶା ସରକାରଙ୍କ ସହାୟତାରେ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ହେବାକୁ ଥିବା ଓଡିଶା ଅନ୍ତଃ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟ ପ୍ରତିଯୋଗିତା -୨୦୨୫ରେ ଭାଗ ନେବେ l ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଡ ସଦାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ lସାଂସ୍କୃତିକ ସଂଯୋଜିକା ଡ ସରିତା ଦାସ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଡ ସରୋଜ କୁମାର ଦାଶ, ଡ ମିହିର ତ୍ରିପାଠୀ ସହଯୋଗ କରିଥିଲେ ଗୁରୁ ସୁଜ୍ଞାନୀ ଆଚାର୍ଯ୍ୟ, ଇ ଦଣ୍ଡପାଟ, ଗୁରୁ ସନ୍ତୋଷ ବେହେରା ପ୍ରମୁଖଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ବିଚାରକ ଭାବେ ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here