ଗୋପଳପୁର,୧୫/୦୨/୨୦୨୫: ଗୋପାଳପୁର ସ୍ଥିତ ହୋଟେଲ ହିଲ୍ ଭିଉ ସମ୍ମିଳନୀ କକ୍ଷରେ ୧୧ ତମ ବ୍ରହ୍ମପୁର ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଶିଷ୍ଟ କବି ବିପ୍ର ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଜନ କରି ଉଦଘାଟନ କରିଥିଲେ । ବିଶିଷ୍ଟ କବି ଡ ଫନୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ମାଟିର ସାହିତ୍ୟ ଉଚ୍ଚ କୋଟୀର ଓ ବ୍ରହ୍ମପୁର ସାହିତ୍ୟ ଉତ୍ସବ ଏକ ରାଜ୍ୟ ସ୍ତରୀୟ ସାହିତ୍ୟ ଉତ୍ସବ ବୋଲି ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ସୁଲେଖିକା ପ୍ରବାସିନୀ ମହାକୁଡ଼ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଗଞ୍ଜାମ ମାଟିର ଅବଦାନ ଅତୁଳନୀୟ ବୋଲି କହିଥିଲେ । ଏଥିସହ ନାଟ୍ୟକାର ଯାମିନୀ କାନ୍ତ ଦାସ ଓ ଡାକ୍ତର ସରୋଜ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସରୋଜ ମିଶ୍ରଙ୍କ ଉପନ୍ୟାସ ମିସନ୍ ମୁନ ,କବି ଗୌର ଚନ୍ଦ୍ର ଷଡ଼ଙ୍ଗୀଙ୍କ ମାରଫତ ଈଶ୍ବର ,କବି ବୃନ୍ଦାବନ ବାଡତ୍ୟଙ୍କ ସ୍ମୃତି ଶାମୁକା ଉନ୍ମୋଚିତ ହୋଇଥିଲା । କବି ସୁଶାନ୍ତ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଏକ ସ୍ବତନ୍ତ୍ର ନିମନ୍ତ୍ରିତ କବିଙ୍କ ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ସଂଯୋଜିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟଙ୍କ ସଂଯୋଜନାରେରେ କବି ଉମାକାନ୍ତ ରାଉତ , ସୁରେନ୍ଦ୍ର ପାଣିଗ୍ରାହୀ ,ଶ୍ୟାମା ପ୍ରସାଦ ମିଶ୍ର ,ପାରମିତା ଷଡଙ୍ଗୀ ,ଭଗବାନ ପଣ୍ଡା ଭଗତ , ଗିତ।ଶ୍ରୀ ପ୍ରିୟମ୍ବଦା , ସୁରଞ୍ଜନ ପାତ୍ର ,ଗିରିଜା ଶଙ୍କର ଦାଶ , ସରୋଜ କୁମାର ସାହୁ ପ୍ରମୁଖ କବିତା ପାଠ କରିଥିଲେ ।ଏଥିସହ ବିଶିଷ୍ଟ କବି ସରୋଜ କୁମାର ସାହୁଙ୍କ ପ୍ରଶିକ୍ଷଣରେ ତରୁଣ କବିଙ୍କ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନବ ରସ ,ନବ ପ୍ରତିଭା ,ନବ ଉନ୍ମେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ କବି ଶିବାନନ୍ଦ ବାରିକ ଉପସ୍ଥାପନ କରିଥିବା ବେଳେ ଦୀପ୍ତିମିତା ମହାପାତ୍ର ,ନିଗମାନନ୍ଦ ତ୍ରିପାଠୀ ,ସତ୍ୟମ୍ ଆଚରି ପରିଚାଳନା କରିଥିବାବେଳେ ପ୍ରଫୁଲ୍ଲ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।