ପୋଲସରାରେ ପୁଲୱାମା ସହିଦ ଯବାନଙ୍କ ଷଷ୍ଠ ବର୍ଷ ପୁର୍ତ୍ତି ଅବସରରେ କ୍ୟାଣ୍ଡେଲ ଶୋଭାଯାତ୍ରା।

0
16

ପୋଲସରା, ୧୫/୨/୨୫ : ପୁଲୱାମା ସହିଦ ଯବାନଙ୍କ ଷଷ୍ଠ ବର୍ଷ ପୁର୍ତ୍ତି ଅବସରରେ ଗଂଜାମ ଜିଲ୍ଲା ପୋଲସରା ସହରରେ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ କଲେଜର ଏନସିସି ଛାତ୍ରୀଙ୍କ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର, ବିଭିନ୍ନ ସଂଗଠକ ଓ ସାଧାରଣ ଜନତାଙ୍କ ସ୍ଥାନୀୟ ତହସିଲ୍ କାର୍ଯ୍ୟାଳୟ ଠାରୁ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ସମଗ୍ର ସହର ପରିକ୍ରମା କରାଯାଇଥିଲା। ପରେ ସହରସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ପୀଠରେ ଏହି ଶୋଭାଯାତ୍ରା ସମାପ୍ତ ହୋଇଥିଲା। ଏହି ଅବସରରେ ଶହୀଦମାନଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଦିଆଯାଇ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here