ପୋଲସରା ୧୪/୦୨/୨୫ ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମରେ ଥିବା ବୀଣାପାଣି ଶିକ୍ଷାକେନ୍ଦ୍ର ପକ୍ଷରୁ ପୁଲଓ୍ଵାମା ସହିଦ ବୀର ଯବାନଙ୍କ ଷଷ୍ଠ ବର୍ଷ ପୁର୍ତ୍ତି ଅବସରରେ ଆଜି ନୀରବ କ୍ଯାଣ୍ଡାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୨୦୧୯ ଫେବୃଆରୀ ୧୪ ତାରିଖରେ ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଭାରତର ୪୦ ଜଣ ବୀର ଯବାନଙ୍କ ଉଦେଶ୍ୟରେ ଏକ କ୍ଯାଣ୍ଡାଲ ଶୋଭାଯାତ୍ରା ଗ୍ରାମର ରାଧାକୃଷ୍ଣ ମନ୍ଦିର ଠାରୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ବାହାରି ସମ୍ପର୍ଣ୍ଣ ଗ୍ରାମ ପରିକ୍ରମା କରିଥିଲେ। ନୀରବ କ୍ଯାଣ୍ଡାଲ ଶୋଭାଯାତ୍ରା ବୀଣାପାଣି ଶିକ୍ଷା କେନ୍ଦ୍ର ଠାରେ ପହଞ୍ଚି ସେଠାରେ ସହିଦ ବୀର ଯବାନଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଦିଆଯାଇ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଦୁଇ ମିନିଟ ସମୟ ନିରବ ପ୍ରାର୍ଥନା କରାଯାଇଥିଲା l ଏଥିରେ ଶିକ୍ଷାକେନ୍ଦ୍ରର ଶିକ୍ଷକ ରାଜେନ୍ଦ୍ର ସାହୁ,ଶିକ୍ଷୟିତ୍ରୀ ସରିତା କୁମାରୀ ସାହୁ, ପୂର୍ଣ୍ଣିମା ସାହୁ, ପୂର୍ବତ୍ତନ ଛାତ୍ର ଅରୁଣ ପ୍ରଧାନ, ଶିବରାମ ସେଠୀ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରାକୁ ସଫଳ କରିଥିଲେ l