କର୍କଟ ରୋଗୀଙ୍କ ସ୍ମୃତି ଏବଂ ସମ୍ମାନ ରେ ସାଇ ସମ୍ପୂର୍ଣା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ – ୨୦୨୫ ଆୟୋଜିତ

0
14

କଟକ,୧୬/୦୨/୨୦୨୫:କର୍କଟ ରୋଗୀ ଙ୍କ ସ୍ମୃତି ଏବଂ ସମ୍ମାନ ରେ କଟକ ଆଲିଶା ବଜାର ୟୁଥ୍ କ୍ଳବ୍ ଦ୍ଵାରା ଆୟୋଜିତ ହୋଇଛି।”ସାଇ ସମ୍ପୂର୍ଣ୍ଣା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ – ୨୦୨୫”। ଉକ୍ତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଟି ୟୁଥ୍ କ୍ଳବ୍ ର ଅଷ୍ଟମ ସିଜନ୍ ଅଟେ। ୨୦୧୬ ମସିହା ରେ ୟୁଥ୍ କ୍ଳବ୍ ର ସଦସ୍ୟ ମାନେ କର୍କଟ ରୋଗୀଙ୍କ ପାଇଁ ନିଜ ସାମାଜିକ କାର୍ଯ୍ୟ ଆରମ୍ଭ କରିଥିଲେ। ସେହି ସମୟରେ ସାଇ ସମ୍ପୂର୍ଣା ନାମକ ଜଣେ କର୍କଟ ରୋଗ ରେ ଆକ୍ରାନ୍ତ ଶିଶୁଙ୍କୁ ହସ୍ପିଟାଲ୍ ରେ ଭେଟିଥିଲେ। ସାଇ ସମ୍ପୂର୍ଣା ନିଜ ଶିଶୁ କାଳ ରୁ ହିଁ ରକ୍ତ ଜନିତ କର୍କଟ ରୋଗ ବା ବ୍ଲଡ଼ କ୍ୟାନ୍ସର ସହିତ ସଂଘର୍ଷ କରିଥିଲେ। ୟୁଥ୍ କ୍ଳବ୍ ର ସଦସ୍ୟ ମାନେ ପ୍ରତ୍ୟେକ ଦିନ କର୍କଟ ରେ ଆକ୍ରାନ୍ତ ଶିଶୁଙ୍କ ସେବା ଶୁଶ୍ରୁଷା କରି ତାଙ୍କ ପରିବାର ମାନଙ୍କୁ ମଧ୍ୟ ଉଚିତ୍ ସାହାଯ୍ୟ କରନ୍ତି।

ମାତ୍ର ଦୁଇ ବର୍ଷ ଦଶ ମାସ ବୟସ ରେ ସାଇ ସମ୍ପୂର୍ଣା ଶେଷରେ ଇହଲୋକ କୁ ଚାଲିଗଲେ। ତାଙ୍କରି ଏହି ବାଳୁତ ଅବସ୍ଥା ରେ କର୍କଟ ରୋଗ ଯୋଗୁଁ ଜୀବନ ହରାଇବା ପରେ, ୟୁଥ୍ କ୍ଳବ୍ ର ସମସ୍ତ ସଦସ୍ୟ ବିଗତ ଆଠ ବର୍ଷ ଧରି “ସାଇ ସମ୍ପୂର୍ଣ୍ଣା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ” କରି ଆସୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଅନେକ କ୍ରିକେଟ୍ କ୍ରୀଡାବିତ୍ ଉତ୍ସାହ ସହିତ ଖେଳିବା ଛଡ଼ା କର୍କଟ ରୋଗ ପ୍ରତି ସାଧାରଣ ଲୋକଙ୍କ ସଚେତନତା ଏବଂ ନାଗରିକ କର୍ତ୍ତବ୍ୟ କୁ ଅଭିବୃଦ୍ଧି କରିଥାନ୍ତି।

LEAVE A REPLY

Please enter your comment!
Please enter your name here