ଭାରତୀୟ ଉପକୂଳବର୍ତୀ ଅଞ୍ଚଳ ଅଧିବାସୀ ମାନଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ଦ୍ଵାରା ସବୁଜ ଗୃହ ଗ୍ୟାସ ନମୁନା ସଂଗ୍ରହ ଶିବିର ଅନୁଷ୍ଠିତ

0
14

ବ୍ରହ୍ମପୁର,୧୬/୦୨/୨୦୨୫: ଖଲ୍ଲିକୋଟ ବ୍ଲକ ସ୍ଥିତ କେଶପୁର ପଞ୍ଚାୟତ ଅନ୍ତର୍ଗତ ଦଲିବାଟି ଗ୍ରାମରେ ଏବଂ ଗଞ୍ଜାମ
ବ୍ଲକ୍ ସ୍ଥିତ ରାମଗଡ଼ ପଞ୍ଚାୟତ ଅନ୍ତର୍ଗତ ପୋଡଗଡ ଗ୍ରାମରେ
ଗଞ୍ଜାମ ଜିଲ୍ଲାରେ ପରିଚାଳିତ ପ୍ରକଳ୍ପ ଭାରତୀୟ ଉପକୂଳବର୍ତୀ ଅଞ୍ଚଳ ଅଧିବାସୀ ମାନଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି(ଇ.ସି.ଆର.ଆଇ.ସି.ସି) ଦ୍ଵାରା ସବୁଜ ଗୃହ ଗ୍ୟାସ ନମୁନା ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିର ଟି ସହଭାଗୀ ସଂସ୍ଥା ପଲ୍ଲୀଶ୍ରୀ ଦ୍ଵାରା ପରିଚାଳନା କରାଯାଇଥିଲା । ଜଳବାୟୁ ପରିବର୍ତ୍ତନ କୁ ଲକ୍ଷ୍ୟରେ ରଖି ଶ୍ରୀ ପଦ୍ଧତି ବା ସଘଂନ ପ୍ରଣାଳୀର ଚାଷକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ପ୍ରକଳ୍ପ ଦ୍ଵାରା ପ୍ରଚାର କରାଯାଉଥିବା ବେଳେ ନିର୍ଗତ ସବୁଜ କୋଠରି ଗ୍ୟାସ ର ପରିମାଣ ମାପିବା ନିମନ୍ତେ ପ୍ରକଳ୍ପ ଦ୍ଵାରା ଶିବିରଟି ଅନୁଷ୍ଠିତ କରଯାଇଥିଲା । ଶିବିର ରେ “ଶ୍ରୀ ପଦ୍ଧତି” ଅନୁସରଣ କରାଯାଇଥିବା ବିଲ ଓ “ଶ୍ରୀ ପଦ୍ଧତି” ଅନୁସରଣ କରାଯାଇନଥିବା ବିଲ ମଧ୍ୟରେ ସବୁଜ କୋଠରି ଗ୍ୟାସ ର ପରିମାଣ ମାପିବା ନିମନ୍ତେ ସବୁଜ କୋଠରି ଗ୍ୟାସ ସଂଗ୍ରହ କୋଠରି ସ୍ଥାପନ କରଯାଇଥିଲା । ଶିବିର ରେ ପ୍ରୟୋଗ ବିଜ୍ଞାନ ଜାତୀୟ ଧାନ ଗବେଷଣା କେନ୍ଦ୍ର କଟକ ଦ୍ଵାରା ସହଯୋଗ କରଯାଇଥିଲା । ଶିବିରଟିରେ ଧାନ ଗବେଷଣା କେନ୍ଦ୍ର କଟକ ର ବରିଷ୍ଠ ବୈଜ୍ଞାନିକ ଡ. ଆଞ୍ଜନି କୁମାର , ଶ୍ରୀ ସ୍ମୃତି ରଞ୍ଜନ ପାତ୍ର ସହଯୋଗୀ, ବ୍ଲକ କୃଷି ଅଧିକାରୀ ଶ୍ରୀ ଦୀପକ କୁମାର ନାୟକ, କୃଷି ଚାଷ ବିଶେଷଜ୍ଞ (କୃଷି ବିଜ୍ଞାନ କେନ୍ଦ୍ର, ଗୋଳନ୍ଥରା)
ଶ୍ରୀମତୀ ସସ୍ମିତା ପ୍ରିୟଦର୍ଶିନୀ, ଇ.ସି.ଆର.ଆଇ.ସି.ସି ଗଞ୍ଜାମର ଜିଲ୍ଲା ସଂଯୋଜକ ଶ୍ରୀ ରଞ୍ଜନ କୁମାର ଭୋଇ,ଇ.ସି.ଆର.ଆଇ.ସି.ସି ଗଞ୍ଜାମର ଜିଲ୍ଲା କୃଷି ଚାଷ ବିଶେଷଜ୍ଞ କୁମାରୀ ନିର୍ମଳା ସିଲା, ସହଭାଗୀ ସଂସ୍ଥା ପଲ୍ଲୀଶ୍ରୀ ଦଳ ମୁଖ୍ୟ ଶ୍ରୀ ବିଶ୍ବରଞ୍ଜନ ପ୍ରଧାନ, ଜୀବନଜୀବିକା ଅଧିକାରୀ ଶ୍ରୀ ଚିନ୍ମୟ ବ୍ରହ୍ମ ଓ ଅନ୍ୟାନ୍ୟ କର୍ମଚାରୀ, ଗ୍ରାମର ଚାଷୀ ମାନେ ଉପସ୍ଥିତ ଥିଲେ । ଶିବିରଟିକୁ ଜିଲ୍ଲା ସଂଯୋଜକ ସର୍ବପ୍ରଥମେ ଆସିଥିବା ଓ ଉପସ୍ଥିତ କର୍ମଚାରୀ ମାନଙ୍କୁ ପରିଚିତ କରିବା ସହ ପ୍ରକଳ୍ପର ଲକ୍ଷ୍ୟ ବିଷୟରେ ଆଲୋଚନା କରି ଆରମ୍ଭ କରିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ଚାଷୀ ଶ୍ରୀ କେ ବାସୁଦେବ ପାତ୍ର ସେ କରିଥିବା “ଶ୍ରୀ ପଦ୍ଧତି” ଏବଂ ଧାନ ଗବେଷଣା କେନ୍ଦ୍ର କଟକ ରେ କିପରି ସବୁଜ କୋଠରି ଗ୍ୟାସ ସଂଗ୍ରହ କରିବା ଶିଖିବା ପ୍ରଣାଳୀ ବିଷୟରେ ସମସ୍ତଙ୍କୁ ସଂକ୍ଷେପରେ କହିଥିଲେ। ବ୍ଲକ କୃଷି ଅଧିକାରୀ ଏହି ସବୁଜ କୋଠରି ଗ୍ୟାସ ସଂଗ୍ରହ ପଦ୍ଧତି ଦ୍ଵାରା ଆମେ “ଶ୍ରୀ ପଦ୍ଧତି” କରିବା ଦ୍ୱାରା କେତେ ମାତ୍ରା ରେ ଜଳବାୟୁ ପରିବର୍ତ୍ତନ କୁ କମାଇପାରୁଛୁ ତାହା ର ତଥ୍ୟ ଆମେ ସହଜରେ ଜାଣିପାରିବା ସେ ବିଷୟରେ ବୁଝାଇଥିଲେ। ଧାନ ଗବେଷଣା କେନ୍ଦ୍ର କଟକରୁ ଆସିଥିବା ବୈଜ୍ଞାନିକ ସବୁଜ କୋଠରି ଗ୍ୟାସ ସଂଗ୍ରହ କୋଠରି ସ୍ଥାପନ ଓ ଗ୍ୟାସ ସଂଗ୍ରହର ପଦ୍ଧତି କୁ ସୂଚାରୁ ରୂପେ ବୁଝାଇଥିଲେ । ଉପସ୍ଥିତ ଥିବା ସହଭାଗୀ ସଂସ୍ଥା ପଲ୍ଲୀଶ୍ରୀ କର୍ମକର୍ତା ମାନେ ସବୁଜ କୋଠରି ଗ୍ୟାସ ସଂଗ୍ରହ ପଦ୍ଧତିକୁ ବ୍ୟବହାରିକ ଭାବେ କରି ଶିଖିଥିଲେ । ଗ୍ୟାସ ସଂଗ୍ରହ ପ୍ରତି ୦୭ ଦିନ ଅନ୍ତରରେ ହେବାକୁ ଥିବା ବେଳେ ସଂଗ୍ରହ ସମୟ ସକଳ ୮ ଟାରୁ ୧୧ଟା ଏବଂ ଦିନ ୨ଟା ରୁ ୫ଟା ମଧ୍ୟରେ ସମାପ୍ତି କରିବା ନିମନ୍ତେ ଆଲୋଚନା କରଯାଇଥିଲା । କୋଠରି ଟିକୁ ଦୁଇଟି ବିଲରେ ସ୍ଥାପନ କରାଯାଇଥିଲା । ପରିଶେଷରେ ଉପସ୍ଥିତ କର୍ମଚାରୀ ମାନେ ନିଜ ନିଜ ସନ୍ଦେହ ପଚାରି ଦୂର କରିଥିଲେ । ସଭାଟିକୁ ପଲ୍ଲୀଶ୍ରୀର ଦଳମୁଖ୍ୟ ସମସ୍ତଙ୍କୁ ପରିଶେଷରେ ଧନ୍ୟବାଦ ଅର୍ପଣ କରି ସମାପ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here