ବ୍ରହ୍ମପୁର,୧୬/୦୨/୨୦୨୫: ଆଜି ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମ ନିକଟ ବେନା ହଜ ଠାରେ ୧୨ ଜଣ ଆଧ୍ୟାତ୍ମିକ ଓ ପରିବେଶବିତ୍ ମାନଙ୍କୁ ନେଇ ମାଘ ପୂର୍ଣ୍ଣିମା ତିଥିରେ ବୁଡ଼ ପକାଇବା ଉଦ୍ଧେଶ୍ୟରେ ୩୦ ଗୋଟି ଅଶ୍ୱତ୍ଥ ଓ ବଟ ବୃକ୍ଷ ରୋପଣ ସହ ଏହି ବୃକ୍ଷ ମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ବ୍ରହ୍ମପୁର ସବୁଜ ବାହିନୀ ଉଦ୍ୟମରେ ସମସ୍ତ ପର୍ବପର୍ବାଣୀରେ କିମ୍ବା ବ୍ୟକ୍ତିଗତ ବିଶେଷ ଉତ୍ସବରେ ପ୍ରକୃତି ସହ ଯୋଡିବା ପାଇଁ ପ୍ରୟାସ କରିଆସୁଛି। ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଚାରା ରୋପଣ କରିଲେ ବର୍ତ୍ତମାନ ଓ ଆଗାମୀ ପିଢ଼ି ଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇପାରିବ । କିଛି ଆଧ୍ୟତ୍ମିକ ବ୍ୟକ୍ତି ମାନେ ମାଘ ପୂର୍ଣ୍ଣିମା ବୁଡ଼ ପକାଇ ଫେରିଥିବାରୁ ଏହି ସ୍ମୃତିକୁ ସବୁ ଦିନ ପାଇଁ ସାଇତି ରଖିବା ଉଦ୍ଧେଶ୍ୟରେ ବୃକ୍ଷ ଟି ରୋପଣ କରିବା ସହିତ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ କିଛି ପରିବେଶ ପ୍ରେମୀଙ୍କ ମୁତାବକ ମହାକୁମ୍ଭରେ ସ୍ନାନ କରିଲେ ପାପ ଦୂର ହେବ ସହ ନିଜର ଉନ୍ନତି ହୋଇଥାଏ କିନ୍ତୁ ଚାରାଟିଏ ରୋପଣ କରି ପୋଷ୍ୟ ଭାବେ ଗ୍ରହଣ କରିଲେ ସମାଜର ଉନ୍ନତି ହେବ ଓ ପରିବେଶର ସୁରକ୍ଷା ହୋଇ ପାରିବ ବୋଲି କହିଥିଲେ। ଏହି ଭାବନାକୁ ସମ୍ମାନ ଜଣାଇ ସାଙ୍ଗଠନ ପକ୍ଷରୁ ମହା କୁମ୍ଭ ମେଳା ସ୍ମୃତିରେ ବୃକ୍ଷ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଭାସ୍କର ପଟ୍ଟନାୟକ, ସନ୍ତୋଷ ଦାସ, ରବୀନ୍ଦ୍ରନାଥ ପାଢ଼ୀ, ପ୍ରଫେସର ସଚ୍ଚିଦାନନ୍ଦ ପାଢ଼ୀ, ରାମେଶ ପ୍ରଧାନ, ପାର୍ଥ ସାରଥି ରାମମୂର୍ତ୍ତିଙ୍କ ସହ ବହୁ ପରିବେଶ ପ୍ରେମୀ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତି ଶିବରାମ ପାଣିଗ୍ରାହି ପରିଚାଳନା କରିଥିବା ବେଳେ ସମ୍ପାଦକ ଏ ପ୍ରକାଶ, ପି ବିନୋଦ, ରବି ସାହାଣୀ, ସାଗର ପାତ୍ର, ବନମାଳୀ ପ୍ରଧାନ, ପ୍ରବୀଣ ନାୟକ ସହ ବହୁ ପରିବେଶବିତ ସହଯୋଗ କରିଥିଲେ।