ବୁଗୁଡା, ୧୬/୨/୨୫ : ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହହୀନଙ୍କୁ ଘରଡିହ ପଟ୍ଟା ଓ ଭଞ୍ଜନଗର ବାସୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ ପାଇଁ ଭଞ୍ଜନଗର ଟାଉନ ହଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫେବୃୟାରୀ ୧୬ ତାରିଖ ଦିନ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଓ ତହସିଲଦାର ମଞ୍ଚାସୀନ ଥିଲେ। ଗଞ୍ଜାମ ଜିଲ୍ଲାର ଉନ୍ନତି ପାଇଁ ଜିଲ୍ଲାର ସବୁ ବିଧାୟକମାନଙ୍କ ସହ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଆଉଜଣେ ବିଧାୟକ ଭାବେ କାମ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଜଣେ ଅତିରିକ୍ତ ରାଜସ୍ୱ କମିଶନରଙ୍କୁ ଭଞ୍ଜନଗରରେ ଅବସ୍ଥାପିତ କରାଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ଘୁମୁସର ଜିଲ୍ଲାଦାବୀ ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ବରିଷ୍ଠ ଆଡଭୋକେଟ ସୋମନାଥ ନାୟକଙ୍କ ନେତୃତ୍ୱରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ରବିନାରାୟଣ ସାମନ୍ତ, ପଣ୍ଡିତ ବିପ୍ର ଚରଣ ସାହୁ, ପିତାମ୍ବର ପରିଡା ଗୋବିନ୍ଦ ଚନ୍ଦ୍ର ଲେଙ୍କା ପ୍ରମୁଖ ଏକ ପ୍ରତିନିଧି ଦଳ ଘୁମୁସର ଜିଲ୍ଲା ତୁରନ୍ତ ଘୋଷଣା ଦାବୀରଖି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ମାନ୍ୟବର ବିଧାୟକ ଶ୍ରୀ ନାୟମ ଉପସ୍ଥିତ ରହି କହିଥିଲେ ଯେ ସେ ଏଦିଗରେ ମନ୍ତ୍ରୀଙ୍କୁ ସବୁ ସୂଚାଇ ସାରିଛନ୍ତି, ଯଥା ଶୀଘ୍ର ଏହି ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।I