କଳିଙ୍ଗ ସାହିତ୍ୟ ସମାଜର ଫେବୃଆରୀ ମାସ ସାହିତ୍ୟ ଆସର

0
14

ବ୍ରହ୍ମପୁର, ୧୬/୦୨/୨୦୨୫: ଦକ୍ଷିଣାଞ୍ଚଳର ସର୍ବପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ଫେବୃଆରୀ ମାସ ସାହିତ୍ୟ ଆସର ଆଜି ସନ୍ଧ୍ୟାରେ ଉତ୍କଳ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ସମାଜ ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ଏହି ଆସରରେ ପୌରୋହିତ୍ୟ କରିବା ସଂଗେ ସଂଗେ ଅନୁଷ୍ଠାନର ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ l ସେବାନିବୃତ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ରମେଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାଂପ୍ରତିକ ସାହିତ୍ୟର ଧାରା ବିଷୟରେ ଆଲୋକପାତ କରିଥିଲେ l ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଉପସ୍ଥିତ ସାହିତ୍ୟିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ l
ସାହିତ୍ୟ ସମାଜ କାର୍ଯ୍ୟକାରିଣୀ ସଦସ୍ୟ ଡ. କୁଳମଣି ଓଝା ଏହି ମାସିକ ଆସରର ସଂଯୋଜନା କରିଥିଲେ l ଉକ୍ତ ଆସରରେ ଡା. ନିବେଦିତା ନନ୍ଦ, ଅନୁପ କୁମାର ମିଶ୍ର, ବିରୁପାକ୍ଷ ଦାଶ, ନୀଳକଣ୍ଠ ସାହୁ, ଚନ୍ଦ୍ରଶେଖର ମହାପାତ୍ର, ବିଦୂଷୀ ଲୋପା ସାମଲ, ଡ. ସଞ୍ଜୟ କୁମାର ପଣ୍ଡା, ନୀଳାନ୍ଦ୍ରି କୁମାରୀ ଦାଶ, ବିଜୟ ଚନ୍ଦ୍ର ମିଶ୍ର, ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ବଂଶୀଧର ସେଠୀ, ଡ. ବନମାଳୀ ପାଣିଗ୍ରାହୀ, ଗିରିଜା ଶଙ୍କର ଦାଶ ଓ ଡ. କୁଳମଣି ଓଝା ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିବା ବେଳେ ସରୋଜିନୀ ସାହୁ ସ୍ୱରଚିତ କ୍ଷୁଦ୍ରଗଳ୍ପ ପାଠ କରିଥିଲେ l ଡ. ହୃଷୀକେଶ ପଣ୍ଡା ଓ ଡ. ନୃସିଂହାନନ୍ଦ ଶାସମଲ ଆସର ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ସାହିତ୍ୟ ସମାଜର କାର୍ଯ୍ୟାଳୟ ସଂପାଦକ ନଳିନୀକାନ୍ତ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here