ପାରିବାରିକ ଗଣ୍ଡଗୋଳରେ ମାମୁଁ ମୃତ୍ୟୁ, ଭଣଜା ଗିରଫ।

0
17

ପୋଲସରା ୧୬/୦୨/୨୫ ପୋଲସରା ଥାନା ଅନ୍ତର୍ଗତ କଳମ୍ବ ପଞ୍ଚାୟତର ରୁଖାକଣା ଗ୍ରାମରେ ପାରିବାରିକ ଗଣ୍ଡଗୋଳରୁ ଏକ ହତ୍ୟାକାଣ୍ଡ ଘଟିଯାଇଛି। ମାମୁଁ ଙ୍କ ମୃତ୍ୟୁ ହୋଇଥିବା ବେଳେ, ପୋଲିସ ଭଣଜାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ମାମୁଁ କୋକ ବେହେରା (୭୫)ଙ୍କୁ ଭଣଜା ତଥା ପୋଲସରା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମର ଇନ୍ଦ୍ରମଣି ବେହେରାଙ୍କ ପୁତ୍ର ରଞ୍ଜିତ ବେହେରା (୪୦) ଦାଣ୍ଡ ଘର କବାଟ ବନ୍ଦ କରି ଟେଲର ମେସିନ୍ ରେ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ହତ୍ୟା କାଣ୍ଡର ଶିକାର ହୋଇଥିବା ରୁଖାକଣା ଗ୍ରାମର କୋକୋ ବେହେରା ଛୋଟ ବେଳୁ ଭଣଜା ରଞ୍ଜିତ ବେହେରାଙ୍କୁ ଘରେରଖି ପୋଷି ପାଠ ପଢ଼ାଇବା ସହିତ ଭଣଜାକୁ ବାହାଘର କରିଥିଲେ । କିନ୍ତୁ କୋକୋ ବେହେରାଙ୍କ ଘରେ ସବୁବେଳେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥାଏ ବୋଲି ଶୁଣାଯାଇଛି। ରଞ୍ଜିତ ବେହେରା ମାମୁଁଙ୍କୁ ଠିକ ଭାବେ ଖାଇବାକୁ ଦେଉନଥିବା ଯୋଗୁଁ କୋକ ବେହେରା ରାଧାକୃଷ୍ଣ ମନ୍ଦିରରେ ଭୋଗ ଖାଇ ପାଣି ପିଇ ରାତ୍ର ଯାପନ କରୁଥିବା ଶୁଣିବାକୁ ମିଳିଛି। କୋକଙ୍କ ମୃତ୍ୟୁର ଖବର ଜାଣିବା ପରେ କୋକୋ ବେହେରାଙ୍କ ଭାଇ ବୋହୂ ଅନହଳି ବେହେରା ପୋଲସରା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି, ଏତଲାକୁ ଆଧାର କରି ଥାନା କେଶ ନଂ ୧୧୩/୨୫, ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୧) ପ୍ରକାରେ ଏକ ମାମଲା ରୁଜ୍ଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଅନୁସନ୍ଧାନ ପରେ ରଞ୍ଜିତ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲସରା ପୋଲିସ ଥାନା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here