ବାଲ ଗଣେଶା କିଡ୍ଜ ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ, ଶିଶୁ ଙ୍କ ନୃତ୍ୟ ମୁଖ୍ୟ ଆକର୍ଷଣ

0
16

ବ୍ରହ୍ମପୁର, ୧୭/୦୨/୨୦୨୫:ସ୍ଥାନୀୟ ବ୍ୟାଙ୍କ୍ କଲୋନୀ ସ୍ଥିତ ବାଲ ଗଣେଶା କିଡ୍ଜ ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ନିର୍ମଳା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ରୂପେ ଓଏଏସ୍ ଅଫିସର୍ ତନୁଶ୍ରୀ ପାତ୍ର, ଫୁଲବାଣୀ ସରକାରୀ ଡାକ୍ତରଖାନା ର ସହ କାରି ପ୍ରଫେସର ଡ଼ା ଚନ୍ଦନ ଗନ୍ତାୟତ, ଫିଜିକାଲ ଏକାଡେମୀ ର ପ୍ରତିଷ୍ଠାତା ସିମାଞ୍ଚଳ ବାରିକ ଓ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶିଶୁ ମାନଙ୍କ ଦ୍ବାରା ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ହୋଇଥିଲା । ସେହି ପରି ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ନୃତ୍ୟ ନିର୍ଦ୍ଦେଶକ ପ୍ରଦିପ କୁମାର୍ ସେଠୀ ଙ୍କ ସମେତ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିବାନନ୍ଦ ବାରିକ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here