ବ୍ରହ୍ମପୁର,୧୯/୦୨/୨୦୨୫:ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ର ୨୫ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି । ୨୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ୟୁ ସି ପି ଇଞ୍ଜିନିୟରିଂ ସ୍କୁଲ ଖେଳ ପଡିଆ ଠାରେ ଆହୋଜିତ ହେବ । ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ମହୋତ୍ସବ କମିଟି ର ର ସଭାପତି ବିଜୟ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ବୀବରଣୀ ପାଠ କରିଥିଲେ। ସ୍ୱାସ୍ଥ୍ୟ ମହୋତ୍ସବ ରେ ସକାଳ ସମୟରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ଓଷଧ ବିତରଣ କରାଯାଇଥିଲା ।ବହୁ ଅଭିଜ୍ଞ ଡାକ୍ତର ଙ୍କ ସହ ବିଭିନ୍ନ ମେଡ଼ିସିନ୍ କମ୍ପାନୀ ତରଫରୁ ଷ୍ଟଲ ମଧ୍ୟମରେ ସ୍ୱାସ୍ଥ୍ୟ ସୁରକ୍ଷା ଓ ଯତ୍ନ ସଂପର୍କ ରେ ସଚେତନ କରାଯାଇଥିଲା ।ସଂଧ୍ୟାରେ ସ୍ଥାନୀୟ କଳାକାର ଙ୍କ ସହ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ଵାସ୍ଥ୍ୟ ଜନିତ ଆଲୋଚନା ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ଖ୍ୟାତନାମା ଗାୟିକା ଅସୀମା ପଣ୍ଡା ଯୋଗ ଦେଇ ନିଜର କଣ୍ଠ ମାଧ୍ୟମରେ ସଭିଙ୍କୁ ଉତ୍ସାହିତ କରିଥିଲେ। ଉଚ୍ଚ ରକ୍ତ ଚାପ୍, ମଧୁମେହ, ଥାଇରଏଡ, ସ୍ନାୟୁ ଦୁର୍ବଳତା, ସ୍ତ୍ରୀ ଓ ପ୍ରସୂତି ଜନିତ ରୋଗ, ଶିଶୁ ରୋଗ, ଅଣ୍ଟା ବ୍ୟଥା, ଚକ୍ଷୁ, ଦନ୍ତ, ବାର୍ଦ୍ଧକ୍ୟ ଜନିତ ରୋଗ, ସହ ଯେ କୌଣସି ଅସ୍ତ୍ରୋପଚାର, ହୃଦ୍ ଜନିତ ସମସ୍ୟା, ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ସହ ଅନ୍ୟାନ୍ୟ ସମସ୍ତ ରୋଗ ସଂପର୍କ ରେ ଏଠାରେ ସଚେତନ ସହ ପରାମର୍ଶ ଯାଇଥିଲା । ଏଲୋପ୍ୟାଥିକ ସହ ହୋମିଓପାଥିକ, ଆୟୁର୍ବେଦ , ଯୋଗ, ପ୍ରାକୃତିକ ଚିକିତ୍ସା ଓ ଅନ୍ୟାନ୍ୟ ବିଭାଗ ର ସ୍ୱାସ୍ଥ୍ୟ ଜନିତ ରୋଗ ର ମାଗଣା ଚିକିତ୍ସା ସହ ପରାମର୍ଶ ଓ ଚିକିତ୍ସା ପ୍ରଣାଳୀ ସମ୍ପର୍କ ରେ ବରିଷ୍ଠ ଓ ଅଭିଜ୍ଞ ବିଶେଷଜ୍ଞ ଙ୍କ ଦ୍ବାରା ପରାମର୍ଶ ଦିଆଯାଇଥିଲା। ଏପରି ମେଗା ସ୍ୱାସ୍ଥ୍ୟ ମହୋତ୍ସବ ରେ ଦକ୍ଷିଣାଞ୍ଚଳ ର ସମସ୍ତ ଜିଲ୍ଲା ସମେତ ବହୁ ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେବା କୁ ନିବେଦନ କରାଯାଇଛି।ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ସିଡିଏମଓ ଡ ବିଜୟ କୁମାର ପରିଡ଼ା ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ଼ା ଶଙ୍କର୍ଷଣ ପାତ୍ର, ଡ଼ା ଅତୁଲ୍ୟ ପଟ୍ଟନାୟକ, ହୋମିଓ ପାଥ୍ୟିକ୍ କଲେଜ ଅଧ୍ୟକ୍ଷ ଙ୍କ ସମେତ ଯୋଗ ଦେଇଥିଲେ । ପୁପିନ୍ଦର ଓ ଗୁନ ଗୁନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।