ବୁଗୁଡା, ୧୯/୨/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଫେବୃୟାରୀ ୧୮ ତାରିଖ ଦିନ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଇଓ ଚିନ୍ମୟ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଏବିଇଓ ତଥା ବି.ଆର.ସି.ସି. ଅମିତା କୁମାରୀ ପାଢ଼ୀ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ର, ମୁଖ୍ୟ ବକ୍ତା ଭାବେ ବୁଗୁଡା ତହସିଲଦାର ତାପସ ରାଉତ ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ତପସ୍ୱିନୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଚାନ୍ଦିନୀ ନାୟକ, ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ଆଚାରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ, ଶିକ୍ଷାବିତ ବଂଶୀଧର ନାୟକ ଓ ଶିକ୍ଷକ ସଙ୍ଘ ସଭାପତି ମନୋରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ।
ବିଭିନ୍ନ ବିଦୟାଳରୁ ୧୫୦ ଜଣ ଛାତ୍ରଛାତ୍ରୀ ବୃନ୍ଦ ନିଜର ଶିକ୍ଷଣ ସାମଗ୍ରୀ ନିର୍ମାଣ କରି ବ୍ଲକ ସ୍ତରୀୟ ମେଳାରେ ଯୋଗଦେଇଥିବା ବେଳେ ୨୨ ଜଣ ଗାଇଡ଼ ଟିଚର ଯୋଗଦେଇଥିଲେ। ଅତିଥିମାନନ୍କ ଦ୍ଵାରା ଛାତ୍ରଛାତ୍ରୀ ବୃନ୍ଦଙ୍କ ଶିକ୍ଷଣ ସାମଗ୍ରୀ ଉଚ୍ଚ ପ୍ରଶଂସିତ ହୋଇଥିଲା। ଉତ୍ତମ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।