ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଓଡ଼ିଶା ଆନ୍ତଃ-ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା ଶୁଭାରମ୍ଭ

0
9

ବ୍ରହ୍ମପୁର,୧୯/୦୨/୨୦୨୫:ଓଡ଼ିଶା ଆନ୍ତଃ-ବିଶ୍ଵବିଦ୍ୟାଳୟ ସ୍ତରୀୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଉଦଘାଟିତ ହୋଇଯାଇଛି। ଦୀର୍ଘ ଛଅ ଦିନଧରି ଅର୍ଥାତ ଚଳିତ ମାସ ୧୯ ରୁ ୨୪ ତାରିଖ ପର୍ଯ୍ୟନ୍ତ ଘଟିବାକୁ ଯାଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ଓଡ଼ିଶାର ୧୬ଟି ବିଶ୍ବବିଦ୍ୟାଳୟରୁ ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଏହି ପ୍ରତିଯୋଗିତା ରେ ନିଜର ପାରଦର୍ଶିତା ଦେଖାଇବା ପାଇଁ ଆସି ପହଞ୍ଚିଛନ୍ତି।ପ୍ରଥମ ଦିନ ର ଆରମ୍ଭ ରେ ସମସ୍ତ ପ୍ରତିଯୋଗୀ ମାନେ ନିଜ ଦଳର ପଞ୍ଜୀକରଣ କରିଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରତିଯୋଗିତାର ଧ୍ୱଜ ପତାକା ଉତ୍ତୋଳନ କରି ଏହାର ଶୁଭାରମ୍ଭର ଆହ୍ୱାନ ଦେଇଥିଲେ । ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀମାନେ ପଦଯାତ୍ରା ପରେ ବିଭିନ୍ନ କଳା ଏବଂ ସଂସ୍କୃତିର ମାଧ୍ୟମରେ ନିଜ ବିଶ୍ବବିଦ୍ୟାଳୟକୁ ଉପସ୍ଥାପନା କରିଥିଲେ। ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ସନ୍ଧ୍ୟାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେଇଥିଲା, ଯେଉଁଥିରେ ସମ୍ମାନିତ ଅତିଥି ଭାବରେ ନିଷ୍ଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରିୟଦର୍ଶନ ପାତ୍ର, ବ୍ରହ୍ମପୁର ଏମ୍.କେ.ସି.ଜି. ହସ୍ପିଟାଲର ପୂର୍ବ ପ୍ରଫେସର ନାରାୟଣ ମିଶ୍ର, ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର୍ ସଚିଦାନନ୍ଦ ନାୟକ, ନୋଡାଲ ଅଧିକାରୀ ଡ଼. ସଦାନନ୍ଦ ନାୟକ ମଞ୍ଚାସୀନ ଥିଲେ। କୁଳପତି ଗୀତାଞ୍ଜଳି ଦାଶ ପ୍ରତିଯୋଗୀମାନଙ୍କୁ ସ୍ଵାଗତ କରିବା ସହିତ ସମସ୍ତଙ୍କୁ ଆଗାମୀ ଦିନର ପ୍ରତିଯୋଗିତା ପାଇଁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here