ବ୍ରହ୍ମପୁର,୧୯/୦୨/୨୦୨୫: ସ୍ଥାନୀୟ ନୂଆବସ୍ଷ୍ଟାଣ୍ଡ୍ ଆନନ୍ଦ ସରଣୀ ନିକଟରେ ଥିବା ଶ୍ରୀ ଶ୍ରୀ ଶ୍ରୀ ଗୋକର୍ଣ୍ଣେଶ୍ୱର ମାଁ ଶ୍ୟାମା ଦଣ୍ଡକାଳୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର ୧୪ତମ ବାର୍ଷିକ ଉତ୍ସବ ବୁଧବାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସହ ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବ ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ବୁଧବାର ରେ ନାମ ଯଜ୍ଞ କରାଯିବା ସହ ରାତ୍ରରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯାଇଥିଲା । ଗତ ୧୭ ତାରିଖ ଠାରୁ ଦୀର୍ଘ ୩ ଦିନ ଧରି ମାଁ ଙ୍କ ପୂଜା ମଣ୍ଡପରେ ସୂର୍ଯ୍ୟ ପୂଜା, ହୋମ ଯଜ୍ଞ , ଷୋଡ଼ଶ ଉପହାର ପୂଜା, ବେଲ ପତ୍ର ଅର୍ପଣ ଏବଂ ବୁଧବାର ନାମଯଜ୍ଞ, ସୂର୍ଯ୍ୟ ପୂଜା, ଚଣ୍ଡିପାଠ ଏବଂ ସନ୍ଧ୍ୟାରେ ୧୦୮ ଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ରାତ୍ରରେ ସାଢ଼େ ୯ଟା ପୂର୍ଣ୍ଣାହୁତି କରାଯାଇଥିଲା । ଏହି ତିନି ଦିନ ଧରି ଚାଲିଥିବା ଏହି ବାର୍ଷିକ ଉତ୍ସବରେ ପ୍ରତ୍ୟେକ ଦିନ ଭକ୍ତମାନେ ଯୋଗ ଦେଇ ମା’ ଙ୍କୁ ଦର୍ଶନ କରିବା ସହ କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ବାର୍ଷିକ ଉତ୍ସବର ଶେଷ ଦିନରେ ଦଣ୍ଡନାଚ ମହାସଂଘର ସଭାପତି ଶିବରାମ ପ୍ରଧାନ, ସମ୍ପାଦକ ସରୋଜ ଚନ୍ଦ୍ର ସାହୁ, ନରସିଂହ ସାହୁ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ମନ୍ଦିରର ସଭାପତି ରାଜା ପ୍ରସାଦ ବେହେରା, ସମ୍ପାଦକ ଦେବୀ ପ୍ରସାଦ ପଣ୍ଡା ଏବଂ ଗୋକର୍ଣ୍ଣେଶ୍ୱର ମା’ ଶ୍ୟାମା ଦଣ୍ଡକାଳୀ ମନ୍ଦିରର ମୁଖ୍ୟ ପୂଜକ ତାରିଣୀ ପ୍ରସାଦ ବେହେରା, ପାଟ ଭୁକୁତା ବିକଶ ପାଢୀଙ୍କ ସହିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।