Home ବ୍ରହ୍ମପୁର ସ୍ପେଶାଳ ସାରଦା ହିଲ୍ ମର୍ଡନ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ

ସାରଦା ହିଲ୍ ମର୍ଡନ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ

0
9

ପୋଲସରା ୨୧/୦୨/୨୫ ପୋଲସରା ବ୍ଲକ ଅନ୍ତର୍ଗତ ସୋଡକ ପଞ୍ଚାୟତର ବଣରଘୁନାଥପୁର ଗ୍ରାମର ସାରଦା ହିଲ୍ ମର୍ଡନ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସାରଦା ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବେଦାନ୍ତ ଇନଷ୍ଟିଟିଟ୍ୟୁଟ ଅଫ୍ ଟେକ୍ନୋଲୋଜି ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥି, ଏକାଡେମୀ ଡାଇରେକ୍ଟର ଶୁଭେନ୍ଦୁ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରିନ୍ସପାଲ୍ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ସ୍କୁଲର ସମ୍ପାଦକ ଗୋକୁଳ ଚନ୍ଦ୍ର ରଥ,ଏ ଓ୍ବାନ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଅଜୟ କୁମାର ନାୟକ, ସ୍କୁଲର ସଦସ୍ୟ ବିଜୟଲକ୍ଷ୍ମୀ ରଥ, ଶାନ୍ତିଲତା ମହାନ୍ତି, ପୋଲସରା ଚିତ୍ର କଳାକାର ସଂଘର ଉପସଭାପତି ବସନ୍ତ କୁମାର ସାହୁ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଟିଭି ଓ ମୋବାଇଲ ଠାରୁ ପିଲାମାନଙ୍କୁ ଦୂରରେ ରଖିବା ଓ କିଛି କାହାଣୀ ମାଧ୍ଯମରେ ସେମାନଙ୍କୁ ଶିକ୍ଷା ଦେବାପାଇଁ ପରାମର୍ଶ ଦେବା ସହିତ ଗ୍ରାମାଞ୍ଚଳରେ ଏହି ପରି ମର୍ଡନ ସ୍କୁଲ କରି କୁନି କୁନି ପିଲାମାନଙ୍କ ଭବିଷ୍ଯତ ନିଆରା ଢଙ୍ଗରେ ତୋଳିଥିବା ପ୍ରୟାସ ଜାରି ରଖିଥିବା ଶିକ୍ଷା ଅନୁଷ୍ଠାନ ସଦସ୍ୟ ମାନଙ୍କୁ ଅତିଥି ବୃନ୍ଦ ଧନ୍ୟବାଦ ଦେଇଥିଲେ। କଳାକାର ସଂଘର ଉପସଭାପତି ଶ୍ରୀ ସାହୁ ୟୁଟ୍ୟୁବ ଚ୍ୟାନେଲ ନଟିଆ, ଗାଣ୍ଡୁ ଓ ନେଉଳ ଭୂମିକାରେ କଣ୍ଠଦାନ କରିଥିବା କଳାକାର ସ୍ମୃତିରଞ୍ଜନ ମହାନ୍ତି ଓ ଗୌରଭ ସେଠୀ ଦୁଇ କଳାକାରଙ୍କୁ ପଟ୍ଟଚିତ୍ର ଦେବା ସହିତ ଅଭିଭାଷଣରେ ଶ୍ରୀକୃଷ୍ଣଙ୍କ ବାଲ୍ୟାବସ୍ଥା ସମୟର ସୁନ୍ଦର କାହାଣୀ ମାଧ୍ଯମରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉଚିତ ଶିକ୍ଷା ଗ୍ରହଣ ଓ ପିଲାଙ୍କ ଭବିଷ୍ୟତକୁ ଗଠନ କରିବା ଦିଗରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ସ୍କୁଲରେ ଉତ୍ତମ ଶିକ୍ଷା, ସହିତ ନାଚଗୀତ, ଆଧ୍ୟାତ୍ମିକ ଶିକ୍ଷା ଓ ଆସନ୍ତା ବର୍ଷ ଠାରୁ କରାଟେ, ଜୁଡୋ ସହ ବିଭିନ୍ନ ଖେଳ କୁଦର ଆୟୋଜନ କରାଯିବ ବୋଲି ପ୍ରିନ୍ସପାଲ୍ ରବିନ୍ଦ୍ର ନାଥ ସାହୁ ପ୍ରକାଶ କରିଥିଲେ। ରୁନା ଗୌଡ଼, ରଞ୍ଜନ ଡାକୁଆ, ପ୍ରଦୀପ ପାତ୍ର, ପଦ୍ମଲୋଚନ ଦାସ, ଶ୍ରୀଧର ମିଶ୍ର, ରଘୁନାଥ ସାହୁ, କାଶିନାଥ ପ୍ରଧାନ, ବିକ୍ରମ ବେହେରା ପ୍ରମୂଖ ଉପସ୍ଥିତ ଥିଲେ। କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ପରିଶେଷରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ହାସ୍ୟ ଅଭିନେତା ସ୍ମୃତି ରଞ୍ଜନ ମହାନ୍ତି ଓ ଗୌରଭ ସେଠୀଙ୍କ ଦ୍ବାରା ନଟିଆ, ଗାଣ୍ଡୁ ଓ ନେଉଳ ଙ୍କ କୌତିକିଆ କଥାରେ ସମସ୍ତିଙ୍କୁ ହସାଇଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!