ପୋଲସରା, ୨୨/୦୨/୨୫ : ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ପଞ୍ଚାୟତ ଜିଲୁଣ୍ଡା ଗ୍ରାମ ସ୍ଥିତ ଲଙ୍ଗଳେଶ୍ବର ମନ୍ଦିର ପରିସରରେ ମହାଶିବରାତ୍ରୀ ଉପଲକ୍ଷେ ଏକ ଭଜନର ସୁଟିଙ୍ଗ ମୁଁ ଜଣେ କଳାକାର ୟୁଟ୍ୟୁବ ବ୍ୟାନେର ଜରିଆରେ ଅନୁଷ୍ଠିତ ହୋଇଯାଇଛି। ମହାଶିବରାତ୍ରି ଉପଲକ୍ଷେ ଜାଗରକୁ ନେଇ ଏହି ଭଜନ ଆଲବମ କରାଯାଇଛି। ଭଜନଟିକୁ ଗୀତିକାର ରତ୍ନାକର ସିୟ ରଚନା କରିଥିବା ବେଳେ ଭିଡିଓ ନିର୍ଦ୍ଦେଶନା ମଧ୍ଯ ଦେଇଛନ୍ତି। ଭଜନ ଟିକୁ କଣ୍ଠଶିଳ୍ପୀ ଶାନ୍ତନୁ କୁମାର ସ୍ବାଇଁ ଗାଇଥିବା ବେଳ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ସଙ୍ଗୀତକାର କୁମାର ତାପସ୍ । ଏଥିରେ ଅଞ୍ଚଳର ବହୁ କୁନି କୁନି କଳାକାର ନୃତ୍ୟ ରେ ଅଶଂଗ୍ରହଣ କରିଥିବା ବେଳେ ନୃତ୍ୟ ଶିଳ୍ପୀ ଆଇ ପବିତ୍ରା ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଗୀତର ଭିଡିଓ ବିଲେଈଝୁରୀ,ଜିଲୁଣ୍ଡା ଗ୍ରାମ ର ମହାଲିଙ୍ଗେଶ୍ବର ଓ ମଥୁରା ମାରଦା ମନ୍ଦିର ପୀଠରେ ଉତ୍ତୋଳନ କରାଯାଇଛି। ବହୁ ପରିମାଣରେ ଏହି ଭଜନ ଆଲବମକୁ ଦେଖିବା ପାଇଁ ମୁଁ ଜଣେ କଳାକାର ୟୁଟ୍ୟୁବ ଚ୍ୟାନେଲର ଜିତେନ୍ଦ୍ର କୁମାର ସାହୁ, ଶାନ୍ତନୁ କୁମାର ସ୍ବାଇଁ, ସୁମତି କୁମାରୀ ସାହୁ ସମେତ ଅନ୍ୟ କଳାକାର ମାନେ ନିବେଦନ କରିଛନ୍ତି।