Home ବ୍ରହ୍ମପୁର ସ୍ପେଶାଳ ଏ ଆଇ ଡି ଏସ ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଏ ଆଇ ଡି ଏସ ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0
6

ବ୍ରହ୍ମପୁର,୨୨.୦୨.୨୫: କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀକୁ କଠୋର ଦଣ୍ଡ, ନେପାଳର ଛାତ୍ରଛାତ୍ରୀଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରି ବିତାଡିତ କରିଥିବା କର୍ତ୍ତୃପକ୍ଷ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା, କିଟ୍‌ରେ ଅଧ୍ୟୟନରତ ନେପାଳ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା, କ୍ୟାମ୍ପସ ଚାରିପଟେ ସମସ୍ତ ମଦ ଓ ମାଦକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଗୁଡିକ ତୁରନ୍ତ ବନ୍ଦ କରିବା ପାଇଁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରିବା ତଥା ଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ ବନ୍ଦ ଦାବିରେ ଏଆଇଡିଏସଓ ପକ୍ଷରୁ କମାପଲ୍ଲୀ ଛକ ନିକଟରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଆଇଡିଏସଓ ତଥା ଦେଶ ବ୍ୟାପୀ ଏହି ଘଟଣା ପ୍ରତିବାଦରେ କାର୍ଯ୍ୟକ୍ରମ ଚାଲିଛି ।

ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ଏଆଇଡିଏସଓ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଉପ-ସଭାପତି ପପୁନ ସାହୁ, ଅଫିସ ସମ୍ପାଦକ କିସାନ କୁମାର ସାହୁଙ୍କ ସମେତ ଶୁଭସ୍ମିତା ପାଣିଗ୍ରାହୀ, କାମରାଜ ସାହୁ ଆଦି ସଙ୍ଗଠନର କର୍ମକର୍ତ୍ତା ଏବଂ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!