Home ବ୍ରହ୍ମପୁର ସ୍ପେଶାଳ ମଦର ଇଣ୍ଡିଆ ଫାଉଣ୍ଡେସନ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା

ମଦର ଇଣ୍ଡିଆ ଫାଉଣ୍ଡେସନ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା

0
4

ବ୍ରହ୍ମପୁର, ୨୩/୦୨/୨୦୨୫: ମଦର ଇଣ୍ଡିଆ ଫାଉଣ୍ଡେସନ ତରଫରୁ ରବିବାର ଭାବିନିପୁର୍ ନିକଟ ପ୍ରଶାନ୍ତ ଜନସେବା କେନ୍ଦ୍ର ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ବଡ ମେଡ଼ିକାଲ ର ଅସ୍ଥିଶଲ୍ୟ ବିଭାଗର ଡା ଦିଲୀପ ପ୍ରଧାନ ଓ ଭେଷଜ ବିଭାଗ ର ଡ଼ା ଶୁଶାନ୍ତ କୁମାର ନାୟକ ଏହି ଅବସରରେ ବହୁ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ପରାମର୍ଶ ଦେଇଥିଲେ। ଏଠାରେ ରୋଗୀ ମାନଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ଓ ସ୍ୱଳ୍ପ ମୂଲ୍ୟରେ ଇସିଜି ପରୀକ୍ଷା କରାଯାଇଥିଲା । ଫାଉଣ୍ଡେସନ ତରଫରୁ ହରେକୃଷ୍ଣ ସାହୁ, ସଂଯୁକ୍ତା ସାହୁ, ରଚନା ରେଡ୍ଡୀ, ମଧୁ ମହାନ୍ତି, କେ . ସିରିଶା, ତପସ୍ଵିନୀ ଭୋଇ, ବିଜୟା ଲକ୍ଷ୍ମୀ କାର୍ଜୀ, ଭି. ପଙ୍କଜ,ଚନ୍ଦ୍ର ଶେଖର ସାହୁ, ଅଶ୍ଵିନୀ କୁମାର୍ ପାତ୍ର ଙ୍କ ସମେତ ହରିଶ୍ ଡ଼ାଇଗ୍ନୋଷ୍ଟିକ ସେଣ୍ଟର୍ ର ବହୁ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!