Home ବ୍ରହ୍ମପୁର ସ୍ପେଶାଳ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଫଳାଫଳ ଘୋଷଣା।ନିର୍ବାଚିତ ହେଲେ ମମତା ଭୋଳ

ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଫଳାଫଳ ଘୋଷଣା।ନିର୍ବାଚିତ ହେଲେ ମମତା ଭୋଳ

0
4

ବୁଗୁଡା, ୨୪/୦୨/୨୦୨୫ : ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଫଳାଫଳ ଫେବୃଆରୀ ୨୪ ତାରିଖ ଦିନ ଘୋଷଣା ହୋଇଛି। ଏଥିରେ ବିଜେଡିର ସମର୍ଥିତ ବଡବୋରସିଙ୍ଗି ସମିତିସଭ୍ୟା ମମତା ଭୋଳ ୯ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଭାଜପା ସମର୍ଥିତ ଗୀତାଞ୍ଜଳି ବିଶୋଇ ୮ ଖଣ୍ଡ ଭୋଟ ପାଇଁ ପରାସ୍ତ ହୋଇଛନ୍ତି। ଫଳାଫଳ ଘୋଷଣା ପରେ ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି। ମମତା ଅଧ୍ୟକ୍ଷା ନିର୍ବାଚିତ ହେବାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ, ପଞ୍ଚାୟତ ପ୍ରତିନିଧିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ଧୁମୁଛାଇ ସମିତି ସଭ୍ୟ ତଥା ବେଲଗୁଣ୍ଠା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଦେଢ ବର୍ଷ ଅଧକ୍ଷ ଭାବେ କାର୍ଯ୍ୟ କରିବା ପରେ ଗତ ୨୦୨୪ ସେପ୍ଟେମ୍ବର ୫ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ଫଳରେ ଏହି ବ୍ଳକର ଉପାଧକ୍ଷା ପ୍ରମିଳା ପ୍ରଧାନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଥିଲେ। ସେ ବିଜେଡି ସମର୍ଥନରେ ବ୍ଲକ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିଲେ ମଧ୍ୟ ରାଜ୍ୟ ଶାସନରେ କ୍ଷମତା ବଦଳିବା ପରେ ସେ ବିଜେଡି ଛାଡି ଭାଜପା କୁ ଚାଲି ଯାଇଥିଲେ। ଏହିଭଳି ପରିସ୍ଥିତିରେ ଗତ ଜାନୁଆରୀ ୩୦ ତାରିଖରେ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିର୍ଦ୍ଧାରିତ ସମୟରେ ଅଧ୍ୟକ୍ଷା ପଦ ପାଇଁ ବିଜେଡିରୁ ବଡବୋରସିଂ ସମିତି ସଭ୍ୟା ମମତା ଭୋଳ ଓ ଭାଜପାରୁ ଗାଙ୍ଗପୁର ସମିତି ସଭ୍ୟା ଗୀତାଞ୍ଜଳି ବିଷୋୟୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଉଭୟ ପକ୍ଷ ନିଜ ନିଜ ପ୍ରାର୍ଥୀଙ୍କୁ ମତଦାନ କରିଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦେଶନାମା ଅନୁଯାୟୀ, ଭୋଟ ଗଣତି ଫଳାଫଳ ସ୍ଥଗିତ ଥିଲା। କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ ହୋଇଥିବା ବାଲଟ ବକ୍ସ ସିଲ କରି ଟ୍ରେଜେରୀରେ ରଖାଯାଇଥିଲା। ଭୋଟ ଗଣତି କରି ଫଳାଫଳ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଫଳାଫଳ ଘୋଷଣା ହୋଇଛି। ବୁଗୁଡା ତହସିଲଦାର ତାପସ ରାଉତ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି ଫଳାଫଳ ଗଣତି କରି ଉଭୟ ପ୍ରାର୍ଥୀନୀଙ୍କୁ କପି ଦେବା ସହ ଜିଲ୍ଲାପାଳଙ୍କ ନିକଟକୁ ଫଳାଫଳ ପଠାଇଛନ୍ତି। ଗଣତି ସମୟରେ ସମୟରେ ଭଞ୍ଜନଗର ଏସଡିପିଓ ସୁଜିତ୍‌ କୁମାର ନାୟକ, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାର ପ୍ରଧାନ ଓ ପୋଲିସ ବାହିନୀ ଆଇନ ଶୃଙ୍ଖଳା ଦାୟିତ୍ୱ ରେ ଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!