Home ବ୍ରହ୍ମପୁର ସ୍ପେଶାଳ “ବିକଶିତ ଗାଁ, ବିକଶିତ ଓଡିଶା” ବିଷୟରେ ସ୍ୱତନ୍ତ୍ର ସମିତି ବୈଠକ

“ବିକଶିତ ଗାଁ, ବିକଶିତ ଓଡିଶା” ବିଷୟରେ ସ୍ୱତନ୍ତ୍ର ସମିତି ବୈଠକ

0
6

ପୋଲସରା ୨୪/୦୨/୨୫ ପୋଲସରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ୨୪/୦୨/୨୫ ତାରିଖ, ସୋମବାର ଦିନ ପୋଲସରା ସମିତିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ “ବିକଶିତ ଗାଁ, ବିକଶିତ ଓଡିଶା” ଯୋଜନା ବିଷୟରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ପୋଲସରା ବ୍ଳକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଗ୍ରାମରୁ ସହର ଅଭିମୁଖେ ଯାଉଥିବା ଲୋକଙ୍କୁ କିଭଳି ଭାବେ ଗ୍ରାମରେ ରୋଜଗାର ଯୋଗାଇ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରି ଲୋକଙ୍କ ଆବଶ୍ୟକ ଯୋଜନା କରିବା ସହ ମିଳିତ ଭାବେ ଗ୍ରାମର ବିକାଶକୁ ଆଗେଇ ନେଲେ ରାଜ୍ୟ ସହିତ ଦେଶର ବିକାଶ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ। ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ର ପୋଲସରା ବ୍ଳକର ବିଡ଼ିଓ ଭାବେ ଅତିରିକ୍ତ ଦାୟିତ୍ୱ ନେଇଥିବା ବେଳେ ପ୍ରଥମେ ଯୋଜନା ବିଷୟରେ ଧାରଣା ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲାପରିଷଦ ମେମ୍ବର ଅଶୋକ ବିଷୋୟୀ, ଝୁନୁ ଦାସ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମଞ୍ଚାସୀନ ଥିଲେ। ୨୬ ଗୋଟି ପଞ୍ଚାୟତର ସରପଞ୍ଚ,ସମିତି ମେମ୍ବର ବ୍ଳକ କର୍ମଚାରୀ ବୃନ୍ଦ ଯୋଗଦେଇ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା ବିଷୟର ଆଲୋଚନାରେ ଅଂଶ ଗ୍ରହଣ କରି ଗ୍ରାମର ଉନ୍ନତି ପାଇଁ ସଂକଳ୍ପ ନେଇଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!