ବୁଗୁଡା, ୨୫/୨/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକର ବିଡ଼ିଓ ଦ୍ବିତୀକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ ପରିଚାଳନା ବିଷୟରେ ଫେବୃୟାରୀ ୨୫ ତାରିଖ ଦିନ ଏକ ବୈଠକ ଅନୁଷ୍ଠିତ ହୋଇ ଆଲୋଚନା ହୋଇଯାଇଛି। ଏହି ବୈଠକରେ ବ୍ଲକ ଆର୍ଥିକ ଆଧିକାରୀ ପରାସର ଦାସ ଓ ସିଡିପିଓ ବବିତା କୁମାରୀ ପଣ୍ଡା ମଞ୍ଚାସୀନ ଥିବା ବେଳେ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବୃନ୍ଦ, ଅଙ୍ଗନୱାଡି ସୁପ୍ରଭାଇଜର ବୃନ୍ଦ ଓ ସୁଭଦ୍ରା ଯୋଜନା ପରିଚାଳକା ଦୁଇ ଜଣ ଯୋଗଦେଇଥିଲେ। ମହିଳାମାନଙ୍କୁ ଯେପରି ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ମିଳିପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ବୁଗୁଡା ଗୋଷ୍ଟିଉନ୍ନୟନ ଅଧିକାରୀ ଶ୍ରୀ ପାତ୍ର ଓ ବୁଗୁଡା ସିଡିପିଓ ଶ୍ରୀମତୀ ପଣ୍ତା ପ୍ରତ୍ୟେକ ପଞ୍ଚାୟତର ସମସ୍ତ ମହିଳାମାନେ ଯେପରି ସୁଭଦ୍ରା ଯୋଜନା ଅର୍ଥ ପାଇପାରିବେ ସେନେଇ ପରାମର୍ଶ ଦେବା ସହ ସେମାନଙ୍କ କେୱାଇଏସ୍ କିପରି ହେବ ସେନେଇ ଅଧିକ ଆଲୋଚନା କରିଥିଲେ।