ବ୍ରହ୍ମପୁର,୨୫/୦୨/୨୦୨୫:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ସାଇବର ଠକେଇ ର ଶୀକାର ହୋଇଛନ୍ତି।ଏନେଇ କୁଳପତି ଗୀତାଞ୍ଜଳି ଦାସ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ରୁ ଜଣାପଡିଛି ଯେ,ଗତ ୧୨ ତାରିଖରେ ତାଙ୍କ ଫୋନରେ ଗୋଟିଏ ଅଜଣା ନମ୍ବରରୁ ଏକ କଲ୍ ଆସିଥିଲା।ଏହି ଅଜଣା ବ୍ୟକ୍ତି ନିଜକୁ ଇଡି ଅଧିକାରୀ ବୋଲି ପରିଚୟ ଦେଇ, ତାଙ୍କ ନାମରେ କ୍ୟାନାରା ବ୍ୟାଙ୍କରେ ଗୋଟିଏ ଖାତା ଖୋଲାଯାଇଛି ଏବଂ ସେଠି କୋଟି ଟଙ୍କା ଅବୈଧ ଭାବରେ ଜମା ହୋଇଛି ବୋଲି ଅଭିଯୋଗ କଲା। ଏହାସହିତ, ତାଙ୍କୁ ସନ୍ଧ୍ୟା ବେଳାକୁ ଡିଜିଟାଲ ଭାବରେ ଗିରଫ କରାଯାଇଥିଲା।ଅଭିଯୁକ୍ତମାନେ ତାଙ୍କୁ ମୁକ୍ତି ଦେବା ପାଇଁ ୧୪ ଲକ୍ଷ ଟଙ୍କା ଦାବି କଲେ, ଯାହା ତାଙ୍କୁ ବାଧ୍ୟହୋଇ ଏକ ବ୍ୟାଙ୍କ ଚେକ୍ ମାଧ୍ୟମରେ ଠକମାନଙ୍କ ଖାତାକୁ ପଠାଇବାକୁ ପଡିଲା।ଏହି ସମ୍ପର୍କରେ ବ୍ରହ୍ମପୁର ସାଇବର ଥାନା ରେ ଥାନାରେ ମାମଲା ନo-୧୫, ତା. ୨୪.୦୨.୨୦୨୫, ଧାରା ୩୧୮(୪)/୩୧୯(୨)/୩୩୬(୨)/୩୩୬(୩)/୩୪୦(୨)/୩୦୮(୨)/୩୫୧(୨) ବିଏନଏସ/୬୬(ସି)/୬୬(ଡି) ଆଇ.ଟି ଆଇନ ଅନୁଯାୟୀ ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପି ସୁଚନା ଦେଇଛନ୍ତି।
ତେବେ ଜଣେ ଉଚ୍ଚ ଶିକ୍ଷିତ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସମେତ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଭଳି ଦୁଇଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ର ମୁଖ୍ୟ ସାଇବର ଠକେଇର ଶିକାର ହେବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ପୋଲିସ, ସାମାଜିକ ଅନୁଷ୍ଠାନ ଠୁ ଆରମ୍ଭ କରି ପ୍ରତ୍ୟେକ ସ୍ତରରେ ସାଇବର ଠକେଇ ସଚେତନତା ସୃଷ୍ଟି କରାଯାଉଛି।ତଥାପି ଜଣେ କୁଳପତି ଠକେଇ ର ଶିକାର ହେବା ସହଜରେ ଗ୍ରହଣ କରି ହେଉନାହିଁ।