ପୋଲସରା ୨୬/୨/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ଏନଏସିରେ ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବର୍ଦ୍ଧିତ ଉତ୍ତା ସହ ଅନ୍ୟାନ୍ୟ ବଣ୍ଟନ ବଣ୍ଟନ ସହ ଗୁରୁତ୍ୱ ପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ୫ ଶହ ଟଙ୍କା ବଣ୍ଟନ କରିବା ସହ ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ଉତ୍ତା ବଣ୍ଟନ କରିଥିଲେ। ପରେ ବୈଠକ ଗୃହରେ ଅନୁଷ୍ଠିତ ଗୁରୁତ୍ଵପୁର୍ଣ୍ଣ ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନ, ପିଏମ୍ ଆବାସ, ଗମନାଗମନ, ବିଦ୍ୟୁତ୍, ପିଇବା ପାଣି, ସ୍ବାସ୍ଥ୍ୟ, ଜବର ଦଖଲ ଓ ଆଲୋକିକରଣ ଉପରେ ସମୀକ୍ଷା କରି ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା, ଅଧ୍ୟକ୍ଷା ସଂଗୀତା କୁମାରୀ ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାଉନସିଲର, ସମସ୍ତ ଅଧିକାରୀ, ଜେଇ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।