ଆଖଣ୍ଡଳମଣି ମନ୍ଦିର ବିକାଶ ପାଇଁ ଦଶ କୋଟି ଅନୁଦାନ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

0
3

ଭଦ୍ରକ,୨୬/୦୨/୨୦୨୫: ଆଜି ମହାଶିବରାତ୍ରି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭଦ୍ରକର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଛନ୍ତି। ଏହି ଦର୍ଶନ ସମୟରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମିଲ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ବାବାଙ୍କୁ ଦର୍ଶନ କରିବା ସହିତ ଖିର ଅଭିଷେକ କରିଥିଲେ। ଏଥିସହିତ ସେ ସେଠାରେ ପୂଜାଅର୍ଚ୍ଚନା ମଧ୍ୟ କରିଥିଲେ।ଏହି ଗସ୍ତ ଅବସରରେ ସେ କହିଥିଲେ ଯେ, ଆରଡି ଆଖଣ୍ଡଳମଣି ମନ୍ଦିର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ଦଶ କୋଟି ବ୍ୟୟ ବରାଦ କରାଯାଇଛି। ଏଥିସହିତ ଆଉ ଯଦି କିଛି ଅନୁଦାନ ଆବଶ୍ୟକତା ରହିଛି ତେବେ ତାହା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।ଏ ନେଇ ଉପମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମହାଶିବରାତ୍ରୀ ଅବସରରେ ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଶ୍ରୀ ଶ୍ରୀ ଆଖଣ୍ଡଳମଣି ମହାଦେବଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲି।ଓଡିଶାର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଆଖଣ୍ଡଳମଣି ବାବାଙ୍କ ମନ୍ଦିରର ଉନ୍ନତିକରଣ ଦିଗରେ ରାଜ୍ୟ ସରକାର ଯତ୍ନଶୀଳ ଅଛନ୍ତି । ଆରଡ଼ି ଆଖଣ୍ଡଳମଣି ପୀଠର ଉନ୍ନତୀକରଣ ପାଇଁ ବର୍ତ୍ତମାନ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ଆଗାମୀ ଦିନରେ ମନ୍ଦିରର ଉନ୍ନତି ପାଇଁ ଯାହା ଖର୍ଚ୍ଚ ହେବ ରାଜ୍ୟ ସରକାର ସବୁ ବହନ କରିବେ।ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ଏହି ଘୋଷଣା ପାଇଁ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here