ମହାଶିବରାତ୍ରୀରେ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ। ଇଶାଣେଶ୍ଵର ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ ମନ୍ତ୍ରୀଙ୍କ ସହ ଜିଲ୍ଲାପାଳ

0
2

ବ୍ରହ୍ମପୁର,୨୬/୦୨/୨୦୨୫:
ମହାଶିବରାତ୍ରୀରେ ଚଳଚଞ୍ଚଳ ହୋଇପଡିଛି ବିଭିନ୍ନ ଶୈବପୀଠ, ଗୋଳନ୍ଥରା ସ୍ଥିତ ଇଶାଣେଶ୍ଵର ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ ମନ୍ତ୍ରୀ ରାଜ୍ୟ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଏବଂ ରାଜ୍ୟ ମତ୍ସ୍ୟଜୀବୀ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଅଷ୍ଟ ଶମ୍ଭୁ ଶୈବ ପୀଠ ମଧ୍ୟରୁ ଗୋଳନ୍ଥରା ସ୍ଥିତ ଶ୍ରୀ ଇଶାଣେଶ୍ୱର ଶୈବ ପୀଠରେ
ମହାଶିବରାତ୍ରି ଉପଲକ୍ଷେ ଭୋର୍ ସକାଳୁ ସକାଳୁ ଭକ୍ତମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା, ମନ୍ଦିରର ନୀତି କାନ୍ତି ଅନୁସାରେ ପ୍ରଭୁ ଶ୍ରୀ ଇଶାଣେଶ୍ଵର ମହାପ୍ରଭୁଙ୍କ ପୁଜାର୍ଚ୍ଚନା କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଖୋଲା ଯାଇଥିଲା, ଏହି ଅବସରରେ ପୀଠ ପ୍ରାଙ୍ଗଣରେ ପଣ୍ଡିତ ଅଶୋକ ପାଢ଼ୀ ଙ୍କ ଦ୍ଵାରା ହୋମ ଯଜ୍ଞ କରା ଯାଇଛି। ଭକ୍ତ ମାନଙ୍କ ସୂଚାରୁ ରୂପେ ଦର୍ଶନ ନିମନ୍ତେ ଏଲିଡି ଦ୍ଵାରା ପୂଜାର ସିଧା ପ୍ରସାରଣ କରାଯାଇଥିଲା। ସେହିପରି ରାଳବର ଷଣ୍ଢେଶ୍ୱର, କୋଳଥିଗାଁର ଖୋଲେଶ୍ୱର,ଗଞ୍ଜୁର ସୋମେଶ୍ୱର ଭାବିନିପୁରର ଶଙ୍କଳେଶ୍ବର ସହିତ ଖଜୁରିଆ ଜାତୀୟ ରାଜପଥ କଡ଼ରେ ଥିବା ଚନ୍ଦ୍ରଚୁଡେଶ୍ୱର , ହଳଦିଆ ପଦର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ଏବଂ ରଣ୍ଢା ମୁକ୍ତେଶ୍ଵର ମନ୍ଦିର ଠାରେ ମଧ୍ୟ ମହାଶିବରାତ୍ରୀ ପାଳନ ମହାସମାରୋହ ରେ ପାଳିତ ହୋଇଯାଇଛି। ଗୋଳନ୍ଥରା ଜାତୀୟ ରାଜପଥ କଡ଼ରେ ଥିବା ଯୋଗୁଁ ଅଧିକ ଲୋକଙ୍କ ସୁଅ ଛୁଟିଥିଲା ଗୋଳନ୍ଥରା ଇଶାଣେଶ୍ୱର ମନ୍ଦିରରେ ,ସହସ୍ରାଧିକ ଭକ୍ତଙ୍କ ଭିଡ଼ ଜମିଥିଲା। ମନ୍ଦିର କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ଧାଡ଼ି ବାନ୍ଧି ଭକ୍ତ ଦର୍ଶନ କରିବା ନିମନ୍ତେ ବେରିକେଟ୍ କରିବା ସହ ସ୍ବେଛାସେବୀ ମାନେ ନିୟୋଜିତ ହୋଇଥିଲେ। ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଜାତୀୟ ରାଜପଥରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସକାଶେ ଥାନା କର୍ମଚାରୀ ନିୟୋଜିତ ହୋଇଥିଲେ। ପାନୀୟ ଜଳର ବ୍ୟବସ୍ଥା ସହ ଗାଡ଼ି ପାର୍କିଂ, କମିଟି ପକ୍ଷରୁ ଖେଚୁଡ଼ି ଲଡୁ ଭୋଗ ପ୍ରସ୍ତୁତ କରିଥିଲେ।

LEAVE A REPLY

Please enter your comment!
Please enter your name here