Home ବ୍ରହ୍ମପୁର ସ୍ପେଶାଳ ପୋଲସରା ରତନୀ ଲଜରୁ ରବୀନ୍ଦ୍ର କୁମାର ଭଞ୍ଜଦେଓ ଙ୍କ ମୃତ ଶରୀର ଉଦ୍ଧାର।

ପୋଲସରା ରତନୀ ଲଜରୁ ରବୀନ୍ଦ୍ର କୁମାର ଭଞ୍ଜଦେଓ ଙ୍କ ମୃତ ଶରୀର ଉଦ୍ଧାର।

0
3

ପୋଲସରା, ୨୭/୨/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ପୋଲସରା ବସଷ୍ଟାଣ୍ଡ ନିକଟସ୍ଥ ରତନୀ ଲଜରୁ ପୋଲସରା ଥାନା ଅନର୍ଗତ ସୋଡ଼କ ଗ୍ରାମର ରବୀନ୍ଦ୍ର କୁମାର ଭଞ୍ଜଦେଓ (୫୦)ଙ୍କ ମୃତ ଶରୀର ପୋଲସରା ପୋଲିସ ଫେବୃୟାରୀ ୨୭ ତାରିଖ ସନ୍ଧ୍ୟାରେ ଜବତ କରିଥିବା ଜଣାପଡ଼ିଛି। ରତନୀ ଲଜରେ ପୋଲସରା ପୋଲିସ ସ୍ବର୍ଗତ ରବୀନ୍ଦ୍ର କୁମାର ଭଞ୍ଜଦେଓଙ୍କ ଚିହ୍ନଟ ପରେ ପୋଲିସ ତାଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇ ମୃତ ରବୀନ୍ଦ୍ରଙ୍କ ସାନଭାଇ ଚିତ୍ତରଞ୍ଜନ ଭଞ୍ଜଦେଓ ରତନୀ ଲଜରେ ପହଞ୍ଚି ବଡ ଭାଇଙ୍କୁ ଚିହ୍ନଟ କରିଥିଲେ। ଭାଇଙ୍କ ଶରୀରର ମୁହଁରେ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖି ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲସରା ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲସରା ପୋଲିସ ଥାନାରେ ୧୪୨/୨୫ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଛି। ଲଜରେ ମରଶରୀର ଥିବାବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ। ଏହି ବିଷୟରେ ତଦନ୍ତ ଜାରୀରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଆଶା କରାଯାଉଛି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!