୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ରେ ବ୍ରହ୍ମପୁର ପୋଲିସ ର ଉଲ୍ଲେଖନୀୟ ସଫଳତା

0
3

କଟକ ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଅନୁଷ୍ଠିତ ୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ପ୍ରତିଯୋଗିତାରେ ବ୍ରହ୍ମପୁର ପୋଲିସ ଜିଲ୍ଲାର କର୍ମଚାରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଖେଳ ରେ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିବା ଏବଂ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ପୋଲିସ ଜିଲ୍ଲା ର ମୋଟ ୨୪ ଜଣ ପ୍ରତିଯୋଗୀ ଭାଗ ନେଇ ୧୧ ଟି ପଦକ ହାସଲ କରି ଉଲ୍ଲେଖନୀୟ ସଫଳତା ପାଇଛନ୍ତି।ଅଭିଶେକ ଦଳବେହେରା ୧୦୦ମିଟର ଦୈଡକୁଦ ରେ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ସେ ୨୦୦ମିଟର ଦୈଡକୁଦ ରେ ରୌପ୍ୟ ପଦକ ହାସଲ କରିଛନ୍ତି।ସେପରି ୮୦୦ ମିଟର ଦୈଡକୁଦ ରେ ବାବୁଲା ମଲ୍ଲିକ ରୌପ୍ୟ ପଦକ ହାସଲ କରିଛନ୍ତି। ୪×୧୦୦ ମିଟର ରିଲେ ଦୈଡକୁଦ ପ୍ରତିଯୋଗିତାରେ ଭାସ୍କର ବେହେରା, ବାବୁଲା ମଲ୍ଲିକ, ଶିବାନନ୍ଦ ମହାନ୍ତି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେପରି ୪×୪୦୦ ରିଲେ ଦୈଡକୁଦ ପ୍ରତିଯୋଗିତାରେ ଭାସ୍କର ବେହେରା, ଚନ୍ଦନ ଭୂୟାଁ, ପ୍ରଶାନ୍ତ ପ୍ରଧାନ ଏବଂ ବାବୁଲା ମଲ୍ଲିକ ରୌପ୍ୟ ପଦକ ଜିତିଛନ୍ତି। ଏହା ସହ ଅଭିଶେକ ଦଳବେହେରା ଶ୍ରେଷ୍ଠ ଖେଳାଳୀ ଭାବେ ପଦକ ହାସଲ କରିଛନ୍ତି।କୋଚ ରାଜେନ୍ଦ୍ର ସାହୁ, ଏମଡି ଅହମ୍ମଦ, ରଞ୍ଜିତ ପାତ୍ର ପ୍ରମୁଖ ଏହି ଖେଳାଳୀ ମାନଙ୍କୁ ଦୁଇ ମାସ ଧରି ପ୍ରଶିକ୍ଷଣ ଦେଉଥିଲେ।ବିଜୟୀ ପ୍ରତିଯୋଗୀ ଏବଂ କୋଚ ଙ୍କୁ ବ୍ରହ୍ମପୁର ଏସପି ଡା ଶ୍ରବଣ ବିବେକ ଏମ, ପୋଲିସ ରିର୍ଜବ ଇନ୍ସପେକ୍ଟର ଏମ ଲକ୍ଷ୍ମୀ ରଞ୍ଜନ ଙ୍କ ସମେତ ପୋଲିସ କନେଷ୍ଟବଳ ହାବିଲଦାର ମହାସଂଘ କ୍ୟାସିୟର ଗୌରୀ ମିଶ୍ର, ବ୍ରହ୍ମପୁର ପୋଲିସ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ସଭାପତି ନୟନ ଆଚାର୍ଯ୍ୟ, ସଂପାଦକ ମାର୍ଥା ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here