ବୁଗୁଡ଼ା ୦୧/୦୩/୨୫ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବିରଞ୍ଚିପୁର ନୁଆଁଗାଁ ଗ୍ରାମରେ ଦୁଇ ପରିବାର ମଧ୍ୟରେ ମାରପିଟ ଘଟି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହାତ ହୋଇଛନ୍ତି l ମୃତବ୍ୟକ୍ତି ବଳରାମ ନାହକ ହୋଇଥିବା ଜଣାପଡିଛି l ଗତକାଲି ରାତିରେ ଗ୍ରାମରେ ଭୋଜି ଚାଲିଥିବା ସମୟରେ ବଳରାମ ଙ୍କ ସହ ଗ୍ରାମର ଗୋଟିଏ ପରିବାର ମଧ୍ୟରେ ପ୍ରଥମେ ବଚସା ପରେ ମାରପିଟ ହୋଇଥିଲେ l ଘଟଣାରେ ବଳରାମ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ମହିଳା ଆହାତ ହୋଇଥିଲେ l ଉଭୟ ଙ୍କୁ ଚିକିତ୍ସା ନିମନ୍ତେ ବିଳମ୍ବିତ ରାତିରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ବଳରାମ ଙ୍କ ମୃତ୍ୟୁ ହୋଇଛି l ତେବେ ଉଭୟ ପରିବାର ମରାପିଟ ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଖବରପାଇ ବୁଗୁଡ଼ା ପୋଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଚଳାଇଛି। ଆଜି ସକାଳ ୧୧ ସମୟରେ ବଳରାମଙ୍କ ମା ଦୁର୍ମିଳା ନାହାକ ବୁଗୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାସହିତ ତାଙ୍କ ପରିବାରକୁ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ପକ୍ଷରୁ ନିବେଦନ କରିଥିଲେ।ଅଭିଯୋଗ କୁ ଭିତ୍ତିକରି ବୁଗୁଡା ପୋଲିସ ଥାନା କେଶ ନଂ ୧୩୩/୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଆଇଆଇସି ସିତାଂସୁ ଶେଖର ମାନ୍ଧାତା ପ୍ରକାଶ କରିଛନ୍ତି।