Home ବ୍ରହ୍ମପୁର ସ୍ପେଶାଳ ଆଞ୍ଚଳିତ କୃଷି ଯନ୍ତ୍ରପାତି ମେଳା ଓ ଜିଲ୍ଲା କୃଷି ମହୋତ୍ସବ

ଆଞ୍ଚଳିତ କୃଷି ଯନ୍ତ୍ରପାତି ମେଳା ଓ ଜିଲ୍ଲା କୃଷି ମହୋତ୍ସବ

0
3

ବ୍ରହ୍ମପୁର,୦୧/୦୩/୨୦୨୫: ଆଜି ସ୍ଥାନୀୟ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ କଲେଜ ଖେଳ ପଡିଆ ଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଓ ଜ଼ିଲ୍ଲା କୃଷି ମହୋତ୍ସବ ଆରମ୍ଭ ହୋଇଛି । ଏହି ମହୋତ୍ସବକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଛତ୍ରପୁର ବିଧାୟକ ଶ୍ରୀ ନାୟକ ଚାଷୀ ମାନଙ୍କୁ କିଭଳି ରିହାତିରେ ସମସ୍ତ ଯନ୍ତ୍ରପାତି ପାଇପାରିବେ ସେଥିସକାଶେ ଗୁରୁତ୍ୱାରୂପ କରିଥିଲା ବେଳେ ଚିକିଟି ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରା କୃଷି ଅଧିକାରୀ ଓ କୃଷକ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କୃଷିର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇ କୃଷିମେଳା ପରିଦର୍ଶନ କରିଥିଲେ । କୃଷି ଯନ୍ତ୍ରପାତି ମେଳା ଓ କୃଷି ମହୋତ୍ସବ ମାର୍ଚ୍ଚ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ପ୍ରାୟ ବିଭିନ୍ନ ବର୍ଗର ୫ହଜାର ଚାଷୀ ଜ଼ିଲ୍ଲା ର ସମସ୍ତ ବ୍ଲକ ରୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମେଳାରେ ୧୦୫ ଗୋଟି ଷ୍ଟଲ ଖୋଲା ଯାଇ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେବା ସହ ଚାଷୀଙ୍କୁ ରିହାତିରେ ଯନ୍ତ୍ରପାତି ଯୋଗାଇଦେବାର ବ୍ୟବସ୍ଥା କରାଯାଇଅଛି । ମିଲେଟ ର ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ ଏହି ମେଳାରେ ଷ୍ଟଲ ଖୋଲାଯାଇଛି । କୃଷି ବୈଜ୍ଞାନିକ ଓ ଅଧିକାରୀ ଙ୍କ ଦ୍ୱାରା କୃଷକ ମାନଙ୍କୁ ତାଲିମ ଦେବା ନିମିତ୍ତ ଆଲୋଚନା ଚକ୍ର ଗୃହର ବ୍ୟବସ୍ଥା କରାଯାଇଅଛି । ଆଜିର କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ମାନଙ୍କ ସମେତ ଅତିରିକ୍ତ ଜ଼ିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଡ଼ଃ କନ୍ଧ ଜେନା, ବରିଷ୍ଠ କୃଷି ବୈଜ୍ଞାନିକ ଡ଼ଃ ସୁଜିତ କୁମାର ନାଥ, ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦେଶକ ଜଳଛାୟା ପ୍ରଦୀପ କୁମାର ପଟ୍ଟନାୟକ,କୃଷି ଜ଼ିଲ୍ଲା ଅଧିକାରୀ କୁଳମଣି ବାରିକ ଓ ସୁରେଶ ଚନ୍ଦ୍ର ମଲ୍ଲିକ ମଞ୍ଚାସୀନ ଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!