Home ବ୍ରହ୍ମପୁର ସ୍ପେଶାଳ ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲ ଛାତ୍ରୀଙ୍କ କୃତ୍ତିତ୍ୱ

ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲ ଛାତ୍ରୀଙ୍କ କୃତ୍ତିତ୍ୱ

0
3

ବୁଗୁଡା ୦୧/୦୩/୨୫ ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ରୀ ସାଇଶ୍ରୀ ସ୍ବାଇଁ ଟାଏକୋଣ୍ଡୋରେ ବ୍ଲାକ ବେଲ୍ଟ ହାସଲ କରି ଅଞ୍ଚଳରେ ଚର୍ଚ୍ଚିତ ହେବା ସହ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିବା ଜଣାଯାଇଛି । ସେ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ବ୍ଲାକ୍ ବେଲ୍ଟ୍ ହାସଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏହି କୃତ୍ତିତ୍ୱ ହାସଲ କରିଛନ୍ତି । ଏଥି ସହ ବ୍ରହ୍ମପୁରଠାରେ ଆୟୋଜିତ ଓପନ୍ ଷ୍ଟେଟ୍ ଟାଏକୋଣ୍ଡୋ ଚମ୍ପିଆନସିପ୍ ସିଜନ-ଫାଇଭରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ ପୂର୍ବକ ଅଞ୍ଚଳ ଓ ସ୍କୁଲ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କୋଚ୍ ନିରଞ୍ଜନ ଗୌଡଙ୍କ ଦ୍ବାରା ତାଲିମ ପାଇ ସାଇଶ୍ରୀ ଏହି ବ୍ଲାକବେଲ୍ଟ ହାସଲ କରିବାରେ ବୁଗୁଡା ଅଞ୍ଚଳର ପ୍ରଥମ ବାଳିକା ଭାବେ ବିବେଚିତ ହୋଇଛନ୍ତି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!