ଟ୍ୱିଙ୍କେଲ ଫ୍ୟାସନ ଏକାଡେମୀ ତରଫରୁ ରନୱେ ସୋ , ଡିଜେରେ ଝୁମିଲେ ଦର୍ଶକ

0
5

ବ୍ରହ୍ମପୁର, ୦୩/୦୩/୨୦୨୫: ଟ୍ୱିଙ୍କେଲ ଫ୍ୟାସନ୍ ଏକାଡେମୀ ତରଫରୁ ନୀଳକଣ୍ଠ ନଗର୍ ନିକଟ ପଡ଼ିଆରେ ରନ ୱେ ସୋ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ମୁଖ୍ୟ ପରିଚାଳିକା ଟ୍ୱିଙ୍କେଲ ଗମାଙ୍ଗୋ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ବିକ୍ରମ କୁମାର୍ ପଣ୍ଡା ଯୋଗ ଦେଇ ଆୟୋଜକ ମାନଙ୍କ ପ୍ରଶଂସା କରିବା ସହ କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନୀତ ଅତିଥି ଭାବେ କର୍ପୋରେଟର ଡ ସୋନାଲି ଗନ୍ତାୟତ, ସମୀର ମିଶ୍ର, ଦୁର୍ଗା ଲାୟକ୍ ଶ୍ୱେତାରେଖା ତ୍ରିପାଠୀ ,ବନ୍ଦିତା ତ୍ରିପାଠୀ, ସାଧନା ପାଢ଼ୀ, ରାମେଶ୍ୱରି ନନ୍ଦ, ରୋଜାଲିନ ସାହୁ, ସୋ ଟପ୍ପର ସେରିନି ଜେନିଫର୍, ଅମ୍ଳାନ ମହାନ୍ତି, ସାଇ ବେହେରା, ଆୟୁଷ୍ମାନ ସାହୁ, ପ୍ରବୀଣ ଗନ୍ତାୟତ ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଓ ଗାୟକ ସୁଦୀପ କୁମାର୍ ସାହୁ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ସଙ୍ଗୀତ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ । ଏଠାରେ ଫ୍ୟାସନ୍ ସୋ ସହ ଡିଜେ ୱାଶିମ୍ ଙ୍କ ସଙ୍ଗୀତ ର ତାଳେ ତାଳେ ଦର୍ଶକ ମାନେ ମଜା ନେଇଥିଲେ । ଗୁଲାମ ରସୁଲ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here