ବୁଗୁଡା, ୩/୩/୨୫ : ଗଞ୍ଜାମ ଜିଲ୍ଲା ଜଳ ଓ ପରିମଳ ମିଶନ ନିର୍ଦ୍ଦେଶ କ୍ରମେ ବୁଗୁଡା ପଞ୍ଚାୟତ ସମିତି ଆନୁକୂଲ୍ୟରେ ଜଳ ଓ ପରିମଳ ଗୋଷ୍ଠୀ ପ୍ରଶିକ୍ଷଣ କର୍ମଶାଳା ମାର୍ଚ୍ଚ ୩ ତାରିଖ ଦିନ ଠାରୁ ଆରମ୍ଭ ହୋଇଯାଇଛି। ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ଏ.ରାମା ରାଓଙ୍କ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଗୁଡା ବ୍ଲକ ଅଧିନରେ ରହିଥିବା ସମସ୍ତ ଗ୍ରାମର ଲୋକଙ୍କ ଜଳ ଓ ପରିମଳ ସମସ୍ଯାକୁ ନେଇ ବୁଗୁଡା ବ୍ଳକ କାର୍ଯ୍ଯାଳୟ ପରିସରରେ ପାଞ୍ଚ ଗୋଟି ଗ୍ରାମର ଜଳ ଓ ପରିମଳ କମିଟି ସଦସ୍ୟ/ସଦସ୍ୟା ବୃନ୍ଦଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଆଗକୁ ଗ୍ରୀଷ୍ମ ପ୍ରବାହାକୁ ଦୃଷ୍ଟିରେ ରଖି ଯେପରି ଜନସାଧାରଣ ପାନୀୟ ଜଳ ପାଇଁ ଚିନ୍ତିତ ନହେବେ ସେଥିପାଇଁ ବିଡ଼ିଓ ଶ୍ରୀ ପାତ୍ର ଓ ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ଶ୍ରୀ ରାଓ ଚେଷ୍ଟା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଗ୍ରାମର ଜଳ ଓ ପରିମଳ କମିଟିକୁ କିପରି ଜଳ ସମସ୍ୟା ସମାଧାନ କରାଯିବ ପ୍ରଶିକ୍ଷଣ କର୍ମଶାଳାରେ ତାଲିମ ପ୍ରଦାନ କରାଯାଇଥିଲା। ପର୍ଯ୍ୟାୟ କ୍ରମେ ପ୍ରତିଦିନ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇ ସମସ୍ତ ଗ୍ରାମ୍ୟ ଜଳ ଓ ପରିମଳ କମିଟି ମେମ୍ବରମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।