ପୋଲସରାରେ ୧୦୯ ତମ ବିଜୁ ଜୟନ୍ତୀ ପାଳିତ

0
14

ପୋଲସରା ୦୫/୦୩/୨୫ ପୋଲସରା ବସଷ୍ଟାଣ୍ଡ ପରିସରରେ ପୋଲସରା ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ଏନ୍ ଏ ସି ଅଧ୍ୟକ୍ଷା ସଙ୍ଗିତା ବେହେରା, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ,ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲାପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ ଓ ଝୁନୁ ଦାସ , ସୁକାନ୍ତ ଭୂୟାଁ, କନକ ମଞ୍ଜରୀ ରାଉତ, କବିରାଜ ଦାସ, ଦୀପିକା ବାରିକ, ପବିତ୍ର ରାଉତ, ସନ୍ତୋଷ ପାତ୍ର, ଉତ୍କଳ ପ୍ରଧାନ, ସୁଶିତ ସାହୁ, ବାସୁଦେବ ନାୟକ, ସିଲୁ ଦଳେଇ ସମେତ ଅନେକ ସରପଞ୍ଚ ଓ ସମିତି ସଭ୍ୟ, ଦଳୀୟ କର୍ମୀ ଓ ବିଜୁ ପ୍ରେମୀ ଯୋଗଦେଇ ଥିଲେ। ଉକ୍ତ ଜୟନ୍ତୀ ପାଳନ ଅବସରରେ ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ବିଜୁବାବାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଏଥିସହ ବସଷ୍ଟାଣ୍ଡ ଠାରୁ ଦଳୀୟ କର୍ମୀ ଓ ବିଜୁ ପ୍ରେମୀ ଗଣ ଏକ ଶୋଭାଯାତ୍ରାରେ ବାହାରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସେଠାରେ ରୋଗୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

LEAVE A REPLY

Please enter your comment!
Please enter your name here