ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା

0
17

ବୁଗୁଡା, ୯/୩/୨୫ : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଠାରେ ପ୍ରତିଷ୍ଠିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏବଂ ସାଇଟସେଭର ଇଣ୍ଡିଆ ସହଯୋଗରେ ମାର୍ଚ୍ଚ ୯ ତାରିଖ ଦିନ ମାଣିତରା ପଞ୍ଚାୟତ ଅନ୍ତର୍ଗତ ନଗୁଡୁ ଓ ତାମ୍ବିରି ଗ୍ରାମରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଶିବିର ପରିଚାଳକ ଚିତ୍ରସେନ ଗୌଡ଼ଙ୍କ ତତ୍ତ୍ୱାବଧାନରେ ପ୍ରମିତା, ଚାନ୍ଦିନୀ, ଲକ୍ଷ୍ମୀପ୍ରିୟା , ସ୍ମୃତି, ରଶ୍ମିଣୀ ,କାଳୁ ପ୍ରମୁଖ ଚକ୍ଷୁ ପରୀକ୍ଷା ଓ କାର୍ଯ୍ୟରେ ସହଯୋଗ କରିଥିଲେ। ଦୁଇ ଗ୍ରାମର ଶିବିରରେ ମୋଟ ୪୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୮ ଜଣ ଅସ୍ତ୍ରୋପଚାର ପାଇଁ ମନୋନୀତ ହୋଇଥିଲେ। ଏହି ଆଠ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ବସରେ ମାଗଣା ସମରଝୋଳ ଚିକିତ୍ସାଳୟକୁ ନିଆଯାଇ ସେଠାରେ ଖାଦ୍ୟ ପେୟ ସହ ମାଗଣା ଅସ୍ତ୍ରୋପଚାର କରାଯିବ ଓ ପୁଣି ହସପିଟାଲ ବସରେ ଆଣି ଗ୍ରାମରେ ଛାଡ଼ି ଦିଆଯିବ।

LEAVE A REPLY

Please enter your comment!
Please enter your name here