ଲଘୁ ଖଣିଜ ସମ୍ପଦ ସୁରକ୍ଷା ପାଇଁ ଆକ୍ସନ ମୁଡରେ ପୋଲିସ

0
9

ପୋଲସରା/ବୁଗୁଡା : ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ରୋକିବାରେ ନିଜ ବିଭାଗ ବିଫଳ ହେବା ପରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବର୍ତ୍ତମାନ ଭରସା କରିଛନ୍ତି ପୋଲିସ ବିଭାଗ ଉପରେ। ସମସ୍ତ ପୋଲିସ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ବୃନ୍ଦଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ପୋଲିସ ଥାନାର ଅଧିକାରୀମାନେ ଲଘୁ ଖଣିଜ ସମ୍ପଦ ସୁରକ୍ଷା ପାଇଁ ବର୍ତ୍ତମାନ ଆକ୍ସନ ମୁଡରେ ଥିବା ଜଣାପଡିଛି। ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ଓ ବୁଗୁଡା ପୋଲିସ ଥାନା ମଧ୍ୟ ତତ୍ପରତା ହୋଇଥିବା ଜଣାପଡିଛି। ବର୍ତ୍ତମାନ ଲଘୁ ଖଣିଜ ସମ୍ପଦ ବୋଝେଇ ଗାଡିକୁ ଦେଖିଲେ ଜୋରିମାନା ଆଦାୟ ନହୋଇ ଗାଡି ଜବତ କରି କେଶ କରିବା ସହ ଡ୍ରାଇଭରମାନଙ୍କୁ କୋର୍ଟ ଚାଲାଣ କରାଯାଉଛି। ମାର୍ଚ୍ଚ ୯ ତାରିଖ ଦିନ ପୋଲସରା ଆଇଆଇସି କୌଶିକ ମାଝୀ ଲଘୁ ଖଣିଜ ସଂପଦ ବାଲି ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ୩ ଗୋଟି ଟ୍ରକକୁ ଜବତ କରି ତିନି ଗୋଟି କେଶ କରିବା ସହ ଡ୍ରାଇଭରମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ୪ ଗୋଟି ମିନି ଟ୍ରକରେ ଲଘୁ ଖଣିଜ ସମ୍ପଦ ମାଙ୍କଡା ପଥର ବୋଝେଇ ହୋଇ ଚୋର ଚାଲାଣ ହେଉଥିବା ବେଳେ ବୁଗୁଡା ପୋଲିସ ମାଙ୍କଡ଼ା ବୋଝେଇ ଟ୍ରକ ଗୁଡିକୁ ଜବତ କରିବା ସହ ଚାରିଗୋଟି କେଶ କରି ଡ୍ରାଇଭରମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଦୁଇଟି ଘଟଣା ପରେ ଲଘୁ ଖଣିଜ ସମ୍ପଦ ବାଲି, ମୋରାମ, ପଥର ଓ ମାଙ୍କଡ଼ା ଚୋରା ଚାଲାଣ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କୋକେୟା ଭୟ ସୃଷ୍ଟି ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here