ରାମେୟାପାଟଣା ଏବଂ କୁତୁରୁ ଗଣ୍ଡଗୋଳ ଘଟଣାରେ ୪୦ ଗିରଫ

0
9

ବ୍ରହ୍ମପୁର,୧୧/୦୩/୨୦୨୫:ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ରାମେୟାପାଟଣା ଏବଂ କୁତୁରୁ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି।ନୁଆ ମୁହାଣ ଖୋଳିବାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଥିଲେ । ନୁଆ ମୁହାଣ ଖୋଳା ଓ ପୋତା କୁ ନେଇ ଉଭୟ ଗ୍ରାମବାସୀ ଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଥିଲା। ରାମେୟାପାଟଣା ଗ୍ରାମବାସୀ ମୁହାଣ ଖୋଳିଥିବା ବେଳେ କତୁରୁ ନୂଆଗାଁ ଗ୍ରାମବାସୀ ତାହାକୁ ପୋତି ଦେଲେ।ଫଳରେ ଯାହାକୁ ନେଇ ଉଭୟ ଗ୍ରାମବାସୀ ଙ୍କ ମଧ୍ୟରେ ରଣକ୍ଷେତ୍ର ଆରମ୍ଭ ହୋଇଯାଇଥିଲା। ଏହି ବିବାଦ ସମାଧାନ କରିବା ପାଇଁ ପୋଲିସ, ପ୍ରଶାସନ ବିଫଳ ହୋଇଥିବା ବେଳେ ଦୁଇ ଗୋଷ୍ଠୀ ହଣାକଟା ସଂଘର୍ଷ ରେ ୫ଜଣ ଆହତ ହୋଇଥିଲେ। ଏହି ମାମଲାରେ ଉଭୟ ଗାଁର ୪୦ ଜଣଙ୍କୁ ଆଜି ଗୋଳନ୍ଥରା ପୋଲିସ ଗିରଫ କରିଛି।ରାମେୟା ପାଟଣା ଗ୍ରାମର ୨୧ ଜଣ ଓ କତୁରୁ ଗ୍ରାମର ୧୯ ଜଣ ଗିରଫ ହୋଇଥିବା ବ୍ରହ୍ମପୁର ଏସପି ପ୍ରେସ ବିବୃତି ରେ ସୁଚନା ଦେଇଛନ୍ତି।ଉଭୟ ଗ୍ରାମରେରେ ବିଏନଏସ ୧୬୩ ଧାରା ଲାଗୁ ହେବା ସହ ଓ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ମଧ୍ୟ ଏଥିରେ ସୁଚନା ଦିଆଯାଇଛି। ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଥିବା କୁହାଯାଇଛି।

LEAVE A REPLY

Please enter your comment!
Please enter your name here