ପୋଲସରା ୧୨/୩/୨୫ : ପୋଲସରା ପୋଲିସ ମାର୍ଚ୍ଚ ୧୨ ତାରିଖ ଦିନ ଏକ ମାରୁତି ଗାଡି ସହ ଚୋରା ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ପୋଲସରା ପୋଲିସ ନିର୍ଭରଯୋଗ୍ୟ ସୂଚନା ଆଧାରରେ ଭାବରଡାରେ ଏକ ମାରୁତି ଅଲ୍ଟୋ ଗାଡ଼ି ଓଡ଼ି ୩୩ଏ ୫୭୧୫ କୁ ଅଟକାଯାଇଥିଲା। ଗାଡ଼ିର ତଲାସି ସମୟରେ ୧୫୦ ଲିଟର ବେଆଇନ ଭାବରେ ନିର୍ମିତ ଦେଶୀ ମଦ ପରିବହନ କରାଯାଉଥିବା ବେଳେ ଜବତ କରାଯାଇଥିଲା । ଗାଡ଼ିରେ ମଦ ଚୋରା କରୁଥିବା ପୋଲାସରା ଥାନା ଅନ୍ତର୍ଗତ କଣଛାଇ ଗ୍ରାମର ପ୍ରକାଶ ଗୌଡା ଓ ଶିବରାମ ଜେନା ନାମକ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ମଦ ମହୁଲପଲ୍ଲୀରୁ ପୋଲାସରାକୁ ବିକ୍ରୟ ପାଇଁ ଅଣାଯାଇଥିଲା। ଏନେଇ ପୋଲସରା ପୋଲିସ ଥାନା କେଶ ନଂ ୧୬୯/୨୫ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଉଭୟ ପ୍ରକାଶ ଓ ଶିବରାମ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।