ଏଣ୍ଡୁରୁବାବୁ ଆକ୍ରମଣ ଘଟଣାରେ ପୁଣି ୨ ଜଣ ଗିରଫ

0
15

ପୋଲସରା ୧୩/୦୩/୨୫ ପୋଲସରା ଅଞ୍ଚଳର ଏଣ୍ଡୁରୁବାବୁ ଭାବେ ପରିଚିତ ଥିବା ବାବୁ ପ୍ରଧାନ ଙ୍କୁ କିଛି ଦିନେ ପୂର୍ବେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲସରା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେହି ଘଟଣାର ତଦନ୍ତ ଜାରୀରହି ବୁଧବାର ଦିନ ପୋଲସରା ପୋଲିସ, ପୋଲସରା ମିଲ୍ ସାହିର ବାଦଲ ପ୍ରଧାନ ଓ ନୂଆ ସାହିର ରାଜୁ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୂର୍ବ ସୂଚନା ପ୍ରକାରେ ଏକ ବାହାଘର ଭୋଜି ପ୍ରୋସେସନ୍ରେ ବାବୁ ପ୍ରଧାନ ସହ ମିକୁ,ଚିକୁ ଓ ଗୁଡ୍ଡୁ ସାହୁ ପାଟିତୁଣ୍ଡ ହୋଇଥିଲା । ପରେ ଉକ୍ତ ଘଟଣାକୁ କେନ୍ଦ୍ର କରି ଘଟଣାରେ ସଂପୃକ୍ତ ଥିବା ଯୁବକ ମାନେ ବାବୁ ପ୍ରଧାନକୁ ପୁଣି ବସଷ୍ଟାଣ୍ଡ ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରୁ କିଛି ଯୁବକଙ୍କ ସହଯୋଗରେ ବାବୁ ପ୍ରଧାନଙ୍କୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାବୁଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସମ୍ପୃକ୍ତ ଘଟଣାକୁ ନେଇ ଆହତ ବାବୁ ପ୍ରଧାନଙ୍କ ସ୍ତ୍ରୀ ପୂଜାରାଣୀ ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ୧୫୩/୨୫ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ବେଳେ ପୁଣି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲସରା ପୋଲିସ ଥାନା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here